ଏସିଆ କପ୍‌ ଓ ବିଶ୍ଵକପ୍ ପାଇଁ ନିଜର ଦାବିଦାର ମଜବୁତ କଲେ ଏହି ଖେଳାଳି, କଟିବ ଏମାନଙ୍କ ଟିକେଟ୍

Published By : Prameya-News7 Bureau | August 14, 2023 IST

ନୂଆଦିଲ୍ଲୀ: ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସମାପ୍ତ ହୋଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଶୃଙ୍ଖଳାରେ ୨-୩ରେ ପରାସ୍ତ ହୋଇଛି। ଏହି ସିରିଜ୍‌ ଜରିଆରେ କିଛି ଖେଳାଳି ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେଉଥିବା ବିଶ୍ଵକପ୍ ପାଇଁ ନିଜର ଦାବିଦାର ମଜବୁତ କରିଛନ୍ତି। ଅନ୍ୟପଟେ କିଛି ଖେଳାଳିଙ୍କ ବିଶ୍ଵକପ୍ ଦଳରେ ସ୍ଥାନ ପାଇବା ମୁସ୍କିଲ ହୋଇ ପଡ଼ିଛି। ତିଳକ ବର୍ମା ଯେଉଁଭଳି ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ପ୍ରଦର୍ଶନ କଲେ, ସେଥିରେ ତାଙ୍କର ଆଇସିସି ବିଶ୍ଵକପ୍ ପାଇଁ ଦଳରେ ସ୍ଥାନ ପାଇବାର ଦ୍ଵାର ଖୋଲିପାରେ। ଅନ୍ୟପଟେ କୁଲଦୀପ ଯାଦବ ନିଜର ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ତେଣୁ ତାଙ୍କୁ ୟୁଜବେନ୍ଦ୍ର ଚହଲଙ୍କ ତୁଳନାରେ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଇପାରେ। ଏହା ବ୍ୟତୀତ ଇଶାନ କିଷନଙ୍କୁ ବିକଳ୍ପ ଓପନର ଭାବେ ଚୟନ କରାଯାଇପାରେ। ବାମହାତୀ ବ୍ୟାଟର ହୋଇଥିବାରୁ ଯଶସ୍ଵୀ ଜୟସଓ୍ଵାଲ୍‌ ନିଜର ଦାବିଦାର ଉପସ୍ଥାପନ କରିଛନ୍ତି।

wp:heading {"level":4}

Also read- 2023 World Cup : ୧୨ କ୍ରିକେଟର ଖେଳିପାରନ୍ତି ଶେଷ ଦିନିକିଆ ବିଶ୍ୱକପ୍‌, ଜାଣନ୍ତୁ ତାଲିକାରେ ଅଛନ୍ତି କିଏ ?

/wp:heading

ଏସିଆ କପ୍ ଓ ବିଶ୍ଵକପ୍ ପୂର୍ବରୁ ଭାରତୀୟ ଦଳ ଦିନିକିଆ ସିରିଜ୍‌ ପାଇଁ ମଧ୍ୟକ୍ରମ ବ୍ୟାଟର ସନ୍ଧାନରେ ରହିଥିଲା। ତଥାପି ବ୍ୟାଟିଂ କ୍ରମରେ ଚତୁର୍ଥ ସ୍ଥାନକୁ ନେଇ ଥିବା ସମସ୍ୟା ଏ ଯାଏ ଦୂର ହୋଇନି। ଦୁଇ ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଖେଳାଳିଙ୍କୁ ପରଖିବାର ଏହା ଅନ୍ତିମ ସୁଯୋଗ ଥିଲା, ଯାହାକୁ ଦେଖି ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଦିନିକିଆ ସିରିଜ୍‌ରେ ବ୍ୟାଟିଂ କରିବାକୁ ଆସି ନ ଥିଲେ। ଭାରତୀୟ ଦଳର ଦୁର୍ବଳ ପ୍ରଦର୍ଶନ କାରଣରୁ ସୀମିତ ଓଭର ସିରିଜର ବିଜେତାର ନିଷ୍ପତ୍ତି ଶେଷ ମ୍ୟାଚ୍‌ରେ ହୋଇଛି। ଏହି କାରଣରୁ ଦଳକୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। କିନ୍ତୁ ଏଥିରେ ଇଶାନ କିଷନ, ସଞ୍ଜୁ ସାମସନ ଓ ସୂର୍ଯ୍ୟକୁମାର ଯାଦବଙ୍କ ପରି ଖେଳାଳିଙ୍କୁ ନିଜକୁ ସାବ୍ୟସ୍ତ କରିବାର ପୂରା ସୁଯୋଗ ମିଳିଥିଲା।

India vs West Indies Free Live Streaming: When and where to watch IND vs WI  2nd ODI on TV, Mobile Apps | 1st ODI recap | Zee Business
Zee Business

ସିରିଜ୍ ଆରମ୍ଭ ହେବା ପୂର୍ବରୁ ସାମସନ ଓ କିଷନଙ୍କୁ ଓ୍ଵିକେଟ୍ କିପରର ଦାବିଦାର ଭାବେ ଦେଖା ଯାଉଥିଲା। ମାତ୍ର ସିରିଜ୍ ସରିବା ପରେ ଇଶାନ କିଷନ ରିଜର୍ଭ ଓପନିଂ ବ୍ୟାଟର ଭାବେ ନିଜର ଦାବି ମଜବୁତ କରିଛନ୍ତି। ଏସିଆ କପ୍‌ରେ ରୋହିତ ଶର୍ମା ଓ ଶୁବମନ ଗିଲ୍ ଇନିଂସ ଓପନ କରିବେ। କିନ୍ତୁ ଇଶାନ କିଷନ ତୃତୀୟ ଓପନିଂ ବ୍ୟାଟର ଭାବେ ଦଳରେ ରହି ପାରନ୍ତି। ରୋହିତଙ୍କ ଅନୁପସ୍ଥିତିରେ ଇଶାନ ତିନୋଟି ମ୍ୟାଚ୍‌ରେ ଇନିଂସ ଓପନ କରିବାର ସୁଯୋଗ ପାଇଥିଲେ। ଆଉ ଏହାର ଭରପୁର ଫାଇଦା ଉଠାଇ ୫୨, ୫୫ ଓ ୭୭ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।

wp:heading {"level":4}

Also read- ୧୫ତମ ଅର୍ଦ୍ଧଶତକ ସହ ସୂର୍ଯ୍ୟଙ୍କ ବଡ଼ କିର୍ତ୍ତୀମାନ, ଏହି କ୍ଲବରେ ମାରିଲେ ଏଣ୍ଟ୍ରି

/wp:heading

ଦଳରେ ଲଗାତାର ଭିତରକୁ ବାହାରକୁ ହେଉଥିବା ସାମସନ ଚାପରେ ଭଲ ପ୍ରଦର୍ଶନ କରିବା ପାଇଁ ଦୁଇଟି ଦିନିକିଆ ମିଳିଥିଲା। ଆଉ ସେ ନିର୍ଣ୍ଣାୟକ ଦିନିକିଆରେ ୪୧ ବଲ୍‌ରୁ ୫୧ ରନର ପ୍ରଭାବଶାଳୀ ଇନିଂସ ଖେଳି ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି। ଲୋକେଶ ରାହୁଲ ଓ ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ମଧ୍ୟକ୍ରମରେ ମିଳିଥିବା ସୁଯୋଗ ଫାଇଦା ଉଠାଇ ପାରି ନ ଥିଲେ। ଏହି ବ୍ୟାଟରଙ୍କ କ୍ଷମତାରେ କୌଣସି ଅଭାବ ନାହିଁ। ତେଣୁ ଦଳ ପ୍ରବନ୍ଧକ ଏସିଆ କପ୍‌ରେ ସୂର୍ଯ୍ୟଙ୍କୁ ଦଳରେ ସୁଯୋଗ ଦେଇ ପାରନ୍ତି। ରାହୁଲ ଓ ଆୟର ଯଦି ଫିଟନେସ୍ ହାସଲ କରନ୍ତି ତେବେ ମଧ୍ୟ ଅଗଷ୍ଟ ୩୧ରୁ ଆରମ୍ଭ ହେଉଥିବା ଏସିଆ କପ୍‌ରେ ସେମାନଙ୍କ ଫିଟନେସ୍ ଓ ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.