ବଗପାଟିଆ ଥଇଥାନସ୍ଥଳୀରେ ପଶିଲା ସମୁଦ୍ର ଜୁଆର, ୫୭୧ ପରିବାର ଏବେ ପାଣି ଘେରରେ

Published By : Prameya-News7 Bureau | October 25, 2024 IST

ପଟ୍ଟାମୁଣ୍ଡାଇ ୨୫।୧୦: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ଓଡିଶା ଉପକୂଳ ସ୍ପର୍ଶ କରିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ‘ଦାନା’ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିଛି । ଯାହା ସୂଚନା ରହିଛି ବାତ୍ୟା ରାଜନଗରର ହବେଳୀଖଟିରେ ସ୍ଥଳଭାଗ ଛୁଇଁଛି । ଏହା ଫଳରେ କିଛି ସ୍ଥାନରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କି.ମି. ରହିଥିଲା । ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ବେଳେ କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । 

ତେବେ ରାଜନଗରର ସାତଭାୟା ଥଇଥାନସ୍ଥଳୀ ବଗପାଟିଆରେ ସମୁଦ୍ରର ଜୁଆର ପାଣି ପଶିଛି । ଯାହାଦ୍ୱାରା ୫୭୧ ପରିବାର ଏବେ ପାଣି ଘେରରେ । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେବି ବର୍ଷା ଲାଗି ରହିଥିବାରୁ ଆହୁରି ପାଣି ବଢିବା ନେଇ ଆଶଙ୍କା କରାଯାଉଛି । ସେପଟେ ବାତ୍ୟା ଦାନା ଗୁରୁବାର ରାତିରେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ତାଣ୍ଡବ ରଚିଛି । ଫଳରେ ଅନେକ ଗୁଡିଏ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି ।

You Can Read:

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ଉପମୁଖ୍ୟମନ୍ତ୍ରୀ, ବଗପାଟିଆ ଅଞ୍ଚଳରେ ଲୋକଙ୍କ ସହ ଆଲୋଚନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.