କେଉଁ ଭିଟାମିନ୍‌ ଅଭାବରେ ଶରୀରରେ ହୋଇଥାଏ ଦାଗ ? ଜାଣନ୍ତୁ ବିଶେଷଜ୍ଞଙ୍କ ମତ…

Published By : Prameya-News7 Bureau | September 14, 2024 IST

ନୂଆଦିଲ୍ଲୀ ୧୪।୦୯: ବର୍ତ୍ତମାନ ସମୟରେ ବଡ ସମସ୍ୟା ଚର୍ମ ରୋଗ । ଏହା ଆମର ଖାଦ୍ୟପେୟ, ଜୀବନଶୈଳୀ ପାଇଁ ହୋଇଥାଏ ।  କିନ୍ତୁ ଚର୍ମରେ କଳା ଦାଗ, ପିଗମେଣ୍ଟେସନ୍ ଏବଂ କୁଣ୍ଡେଇ ହେବାର କାରଣ ମଧ୍ୟ ଶରୀରରେ ଭିଟାମିନ୍ ଅଭାବରୁ ମଧ୍ୟ ହୋଇଥାଏ ।  ଖାସ୍ କରି ଚର୍ମରେ କୁଣ୍ଡେଇ ହୋଇ ହେଉଥିବା ଦାଗ ଭିଟାମିନ୍ ଅଭାବରୁ ହୋଇପାରେ । ଆସନ୍ତୁ ଜାଣିବା ସେ ବିଷୟରେ… 

ବିଶେଷଜ୍ଞଙ୍କ ଅନୁଯାୟୀ, ହରମୋନ୍ ପରିବର୍ତ୍ତନ ଏବଂ ଖାଇବା ଅଭ୍ୟାସ ଯୋଗୁଁ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ । କିନ୍ତୁ ଭିଟାମିନ୍ ଅଭାବ ମଧ୍ୟ ଏହାର କାରଣ ଅଟେ । ବିଶେଷଜ୍ଞଙ୍କ ଅନୁଯାୟୀ ଶରୀରରେ ଭିଟାମିନ୍ ବି-୩, ଭିଟାମିନ-ଡି ଏବଂ ଭିଟାମିନ-ଇ ଅଭାବ ଯୋଗୁଁ ଚର୍ମ ରୋଗ ସମସ୍ୟା ଦେଖା ଦେଇପାରେ। ଚର୍ମର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ।

ଖାସ୍ କରି ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ପ୍ରୋସେଡ୍ସ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ । ଏହା ବ୍ୟତୀତ ଯଥାସମ୍ଭବ ପାଣି ପିଅନ୍ତୁ । ଏହା ଚର୍ମକୁ ସଂପୂର୍ଣ୍ଣ ହାଇଡ୍ରେଟ୍ ରଖିବା ସହିତ ଶରୀରରୁ ବିଷାକ୍ତ ପଦାର୍ଥ ମଧ୍ୟ ବାହାର କରବାରେ ଏହା ସାହାଯ୍ୟ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.