ଆସି ସାରିଛନ୍ତି ‘ଯମୁନା’ ଓ ‘ଜିନ୍ନତ’, ଖୁବ୍‌ଶୀଘ୍ର ରାଜ୍ୟକୁ ଆସିବେ ଆଉ ୩ ମହାବଳ ବାଘ

Published By : Prameya-News7 Bureau | January 02, 2025 IST

ଭୁବନେଶ୍ବର ୨।୧: ବାଘୁଣୀ ଜିନ୍ନତ ଏବେ ଶିମିଳିପାଳ ଏନ୍‌କ୍ଲୋଜରରେ ଅଛନ୍ତି । ଜିନ୍ନତର ସ୍ବାସ୍ଥ୍ୟାବସ୍ଥା ପ୍ରତିକ୍ରିୟା ରଖିଛନ୍ତି ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି, ଜିନ୍ନତ ବର୍ତ୍ତମାନ ସୁସ୍ଥ ଅଛି । ଜଳକ୍ରୀଡ଼ା କରୁଛି । ଖାଦ୍ୟ ଆହରଣ ବି କରୁଛି । ଚହଲା ଏନ୍‌କ୍ଲୋଜରରେ ଅଛି । ଶିମିଳିପାଳର ଦକ୍ଷିଣ ଭାଗରେ ଛଡ଼ାଯିବ । ଯମୁନା ବି ସେଠାରେ ରହୁଛି । 

ଖୁବ୍‌ଶୀଘ୍ର ଆଉ ୩ଟି ମହାବଳ ବାଘ ଓଡ଼ିଶା ଆସିବେ । ଏନେଇ ବିଚାର ବିମର୍ଶ ଚାଲିଛି । ସେମାନଙ୍କୁ ଡ଼େବ୍ରିଗଡ଼ ଅଭୟାରଣ୍ୟରେ ଛଡ଼ାଯିବ । ୫ ମହାବଳ ବାଘ ଭିତରୁ ଯମୁନା ଓ ଜିନ୍ନତ ଆସି ସାରିଛନ୍ତି ।  ଏ ଦୁଇ ମହାବଳ ବାଘ ସମ୍ପୂର୍ଣ୍ଣ ଖାପ ଖୁଆଇଲା ପରେ ଆଉ ୩ ମହାବଳ ବାଘ ଆଣିବାକୁ ସରକାର ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି । 


You Can Read:

ଏଣିକି ପ୍ରେସକ୍ରିପସନ ଧରି ବୁଲିବେନି ରୋଗୀ, ଗୋଟିଏ କାର୍ଡ଼ରେ ରହିବ ସବୁ ଡ଼ାଟା : ସ୍ବାସ୍ଥ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.