ଏନକ୍ଲୋଜରରୁ ମୁକ୍ତ ହେଲା ବାଘୁଣୀ ଜୀନତ୍, ୨୪ ଘଣ୍ଟିଆ ମନିଟରିଂରେ ରଖିଛି ବନବିଭାଗ

Published By : Prameya-News7 Bureau | November 25, 2024 IST

ବାରିପଦା ୨୫/୧୧: ଏନକ୍ଲୋଜରରୁ ମୁକ୍ତ ହେଲା ଦ୍ୱିତୀୟ ବାଘୁଣୀ ଜୀନତ୍। ମୁକ୍ତ ହୋଇ ଶିମିଳିପାଳର କୋର୍ ଏରିଆରେ ଛଡାଯାଇଛି । ରବିବାର ରାତି ପ୍ରାୟ ୯.୩୦ ରେ ଏନ୍ କ୍ଲୋଜରରୁ ବାହାରି ଜଙ୍ଗଲକୁ ଯାଇଛି ଜୀନତ୍ । ମୁକ୍ତ ହେବାପରେ ଜଙ୍ଗଲରେ ବିଶ୍ରାମ କରୁଛି ବୋଲି ସୂଚନା ଦିଆଯାଇଛି । 

କଲର୍ ଆଇଡି ଦ୍ଵାରା ଯମୁନା ଓ ଜୀନତ ଉପରେ ୨୪ ଘଣ୍ଟା ନଜରରେ ରଖାଯାଇଛି । ତେବେ ଦୁଇ ବାଘୁଣୀ ଏବେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ଆର୍.ସି.ସି.ଏଫ୍ ପ୍ରକାଶ ଚାନ୍ଦ ଗୋଗୀନେନିି । ମହାରାଷ୍ଟ୍ର ତଡ଼ବା ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ଜିନତକୁ ଶିମିଳିପାଳ ଅଭୟାରଣ୍ୟ କୋର ଏରିଆକୁ  ଛଡାଯାଇଛି । 

ଗତ କିଛିଦିନ ହେବ ଅଭୟାରଣ୍ୟର କୋର ଏରିଆରେ ଏକ ସ୍ୱତନ୍ତ୍ର Enclosre ରଖାଯାଇ ତାର ଗତିବିଧି ଲକ୍ଷ୍ୟ କରିବା ସହିତ ବିଭିନ୍ନ ଲକ୍ଷଣକୁ ଏକ ସ୍ୱତନ୍ତ୍ର ଟିମ ନିରୀକ୍ଷଣ କରୁଥିଲା । ତେବେ ସେଠାରେ ଏକ ବାରହାକୁ କିଛି ଦିନ ଶିକାର କରି ଖାଇବା ପରେ ବାଘୁଣୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଅନୁମାନ କରି ଅଭୟାରଣ୍ୟ କର୍ତ୍ତୃପକ୍ଷ Enclosre ବାହାରକୁ ଛାଡିଦେଇଛନ୍ତି । ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ କହିିଛନ୍ତି, ଜୀନତ୍ ଓ ଯମୁନା ବର୍ତ୍ତମାନ ଖୋଲା ଆକାଶ ତଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବିତରଣ କରି ପାରିବ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.