ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ : ୧୭୬ଟି ବିରଳ କଇଁଛ ଜବତ, ୪ ଗିରଫ

Published By : Prameya-News7 Bureau | June 15, 2024 IST

ଉମରକୋଟ ୧୫।୬: କଇଁଛ ଚୋରା ଚାଲାଣ ବେଳେ ଦୁଇ ବାଇକ୍ ସହ ୪ ଜଣ କଇଁଛ ଚୋରା ଚାଲାଣକାରୀକୁ ଗିରଫ କରିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବନ ବିଭାଗ । ତେବେ କଇଁଛ ଗୁଡିକ କଳାହାଣ୍ଡି ଜିଲ୍ଲା ଗତମୁଣ୍ଡା ଠାରୁ ଉମରକୋଟ ଅଞ୍ଚଳକୁ ଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଝରିଗାଁ ବନାଞ୍ଚଳ ଅଧିକାରୀ ଗୋବିନ୍ଦ ନାୟକଙ୍କ ନେତୃତ୍ୱରେ ୱାଇଲ୍ଡ ଲାଇଫ ଟିମ୍ ଓ ପାରା ଷ୍ଟାଫ ସହ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପାଖାପାଖି ୨ କବିଣ୍ଟାଲ କଇଁଛ ମୋଟ୍ ୧୭୬ଟି ଜୀଅନ୍ତା କଇଁଛ ଉଦ୍ଧାର କରିଥିଲେ । ଉଦ୍ଧାର କଇଁଛ ଗୁଡିକ ଝରିଗାଁ ସେଣ୍ଟ୍ରାଲ ନର୍ସରୀରେ ରଖାଯାଇଥିବା ବେଳେ, ଚୋରାଚାଲାଣ କରୁଥିବା ୪ ଜଣକୁ ବର୍ତ୍ତମାନ ଗିରଫ କରାଯାଇଛି । ଗିରଫ ୪ ଜଣ କଳାହାଣ୍ଡି ଅଞ୍ଚଳର ହୋଇଥିବା ସୂଚନା ।

You Can Read :

ରାଜ୍ୟର ଆଇନ ଶୃଙ୍ଖଳା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଉପସ୍ଥିତ ଅଛନ୍ତି ବରିଷ୍ଠ ଅଧିକାରୀ ଏବଂ ଅଫିସର


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.