ବିଜେପିର ସମ୍ବର୍ଦ୍ଧନା ଉତ୍ସବରେ ମନମୋହନଙ୍କ ଦମ୍ଭୋକ୍ତି,ସଂକଳ୍ପ ପତ୍ରର ପ୍ରତିଟି କଥା ପାଳନ ହେବ

Published By : Prameya-News7 Bureau | June 30, 2024 IST

ଭୁବନେଶ୍ବର ୩୦/୬:  ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ସରକାର ଗଢିଛୁ । ସଂଗଠନକୁ ଏତେ ଶକ୍ତିଶାଳୀ କରିବୁ ଯେ ୨୫ରୁ ୩୦ ବର୍ଷ ଯାଏ କେହି ବିଜେପିକୁ ଛୁଇଁ ପାରିବେନି । ସଂକଳ୍ପ ପତ୍ରର ପ୍ରତିଟି କଥା ପାଳନ ହେବ । ଆଜି ଭୁବନେଶ୍ବରରେ ବିଜେପିର ସମ୍ବର୍ଦ୍ଧନା ଉତ୍ସବରେ ଏପରି ଦମ୍ଭ ଦେଖାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଓଡ଼ିଶାବାସୀ ବିଜେପିକୁ ସେବା କରିବାର ସୁଯୋଗ ଦେଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ଲଢିବ ବିଜେପି ସରକାର ।  ସଂକଳ୍ପ ପତ୍ରର ପ୍ରତିଟି କଥା ପାଳନ ହେବ ।

ବିଜେପି ସରକାରକୁ ଆସିବାର କେଇ ଘଣ୍ଟା ଭିତେର ଶ୍ରୀମନ୍ଦିର ୪ ଦ୍ବାର ଖୋଲାଗଲା । ଜଗନ୍ନାଥଙ୍କ ପାଇଁ ଯେପରି ଅର୍ଥର ଅଭାବ ରହିବନି ସେଥିପାଇଁ ୫ଶହ କୋଟିର କର୍ପସ ଫଣ୍ଡ କରାଯାଇଛି । ଧାନର MSP ୩୧ଶହ ଟଙ୍କା ,ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । 

ଏହା କେବଳ ଟ୍ରେଲର ଥିଲା ଆଗାମୀ ୧୦୦ ଦିନ ମଧ୍ୟରେ ପୁରା ଫିଲ୍ମ ଦେଖିବେ ଓଡ଼ିଶାବାସୀ । ଦଳ ଓ ସରକାର ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରାଯିବ । ସମସ୍ତଙ୍କ ସମସ୍ୟାର ସମାଧାନ ପାଇଁ ଦାୟିତ୍ବ ନିଆଯିବ ।କେହି ଗରିବ ରହିବେନି କି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବେନି । ସରକାରଙ୍କ ଉପଲବ୍ଧିକୁ ଘରେ ଘରେ ପହଞ୍ଚାଯିବା ନେଇ ସୂଚନା ଦେଇଛନ୍ତି ମନମୋହନ ସାମଲ ।  



 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.