ନୂଆ CS ମନୋଜ ଆହୁଜାଙ୍କ ଦାୟିତ୍ବ ଗ୍ରହଣ, ପ୍ରଦୀପ ଜେନାଙ୍କ ଠାରୁ ନେଲେ ଦାୟିତ୍ବ

Published By : Prameya-News7 Bureau | June 30, 2024 IST

ଭୁବନେଶ୍ବର ୩୦/୬: ନୂଆ ମୁଖ୍ୟ ଶାସନ ସଚିବ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ମନୋଜ ଆହୁଜା । ଲୋକସେବା ଭାବନରେ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଠାରୁ ଦାୟିତ୍ବ ନେଇଛନ୍ତି ସେ । ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର IAS ଅଫିସର ହେଉଛନ୍ତି ମନୋଜ ଆହୁଜା । କେନ୍ଦ୍ର କୃଷି ସଚିବ ଭାବରେ ମଧ୍ୟ ଦାୟିତ୍ବ ନିର୍ବାହ କରିଛନ୍ତି ମନୋଜ ଆହୁଜା । ସେହିପରି ଶିକ୍ଷା ମନ୍ତ୍ରାଳୟରେ ସିବିଏସ୍‌ଇର ସମ୍ମାନଜନକ ଚେୟାରମ୍ୟାନ ମଧ୍ୟ ରହିଥିଲେ ସେ । ମନୋଜ ଆହୁଜା କେନ୍ଦ୍ରୀୟ ଡେପୁଟେସନରେ ଥିଲେ । ରାଜ୍ୟରେ ବିଜେପି ସରକାର ଶାସନର ମଙ୍ଗ ଧରିବା ପରେ ମନୋଜ ଆହୁଜାଙ୍କୁ ଓଡ଼ିଶା ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । କେନ୍ଦ୍ର ସରକାର ଶ୍ରୀ ଆହୁଜାଙ୍କୁ ଗୃହ କ୍ୟାଡରଙ୍କୁ ଫେରିଯିବାକୁ ଅନୁମତି ଦେଇଥିଲେ । ୩୯ ବର୍ଷ ପରେ ଜଣେ ଅଣଓଡ଼ିଆ ଅଫିସର ହୋଇଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.