ଚିକିତ୍ସାଧୀନ ଅବସ୍ଥାରେ ମାଆ ମୃତ, ଝିଅର ଅବସ୍ଥା ସଂକଟାପନ୍ନ, ଗୁଳିମାଡ କରିଥିବା ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ

Published By : Prameya-News7 Bureau | June 30, 2024 IST

କଳାହାଣ୍ଡି ୩୦/୬:  ଦୁର୍ବୃତ୍ତଙ୍କ ଗୁଳିମାଡରେ ଗୁରୁତର ହୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମାଆ ମୃତ । ଝିଅର ଅବସ୍ଥା ଏବେବି ସଂକଟାପନ୍ନ ରହିଛି । ଶନିବାର ସଂଧ୍ୟାରେ ଥୁଆମୂଳ ରାମପୁର ବ୍ଲକ ରଣପୁର ଗାଁର ମହିଳା ଜେମା ଦେଇ ଓ ଝିଅ  ଦିବ୍ୟା ପାହାଡ ଉପରେ ଥିବା ଚାଷଜମିକୁ ଯାଇଥିବାବେଳେ ସେଠାରେ ଗୁଳିମାଡର ଶିକାର ହୋଇଥିଲେ । ହଠାତ କିଏ ଜଣେ ଦୁର୍ବୃତ୍ତ ଆସି ମାଆ-ଝିଅଙ୍କୁ ଗୁଳି କରି ଫେରାର ହୋଇଯାଇଥିଲା । ପ୍ରଥମେ ଗାଁ ବୈଦ୍ୟଙ୍କ ନିକଟରେ ଚେରମୂଳି ଚିକିତ୍ସା କରିଥିଲେ । ଅବସ୍ଥା ଅଧିକ ଗୁରୁତର ହେବାରୁ ବିଳମ୍ବିତ ରାତିରେ ଭବାନିପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରୁ ପୁଣି ଉଭୟଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ଆଜି ସକାଳୁ ଜେମା ଦେଇଙ୍କର ମୃତ୍ୟୁ ହୋଇଥିବାବେଳେ ଝିଅ ଦିବ୍ୟାଙ୍କ ଚିକିତ୍ସା ଚାଲିଛି । ଗୁଳିକାଣ୍ଡ କିଏ ଓ କାହିଁକି କଲା ଏଯାଏ ସ୍ପଷ୍ଟ ହୋଇନଥିବାବେଳେ କର୍ଲାପାଟ ପୋଲିସ ଛାନଭିନ କରୁଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.