ଆଠଗଡ଼ ୧୪।୦୧ : ମକର ପାଇଁ ଟି-ସେତୁରେ କଟକଣା । ବଡ଼ମ୍ବା ଶୈବ ପୀଠ ବାବା ସିଂହନାଥ ପୀଠରେ ମକର ମେଳା ପାଇଁ କଟକଣା ଜାରି ହୋଇଛି । ଆସନ୍ତା ୧୬ ତାରିଖ ଯାଏଁ ଏହି କଟକଣାକୁ ଜାରି କରାଯାଇଛି ।
ମଙ୍ଗଳବାର ପବିତ୍ର ମକର ସଂକ୍ରାନ୍ତି । ଏହି ଅବସରରେ ଆଠଗଡ଼ ବଡମ୍ବା ଶୈବ ପୀଠ ବାବା ସିଂହନାଥଙ୍କ ପୀଠରେ ପ୍ରବଳ ଭିଡ ହୁଏ । ଯେଉଁଥି ପାଇଁ କଟକଣା ଲାଗୁ କରିଛି ପ୍ରଶାସନ । ମଙ୍ଗଳବାର ଠାରୁ ଆସନ୍ତା ୧୬ ତାରିଖ ଯାଏଁ ସକାଳ ୭ଟାରୁ ରାତି ୯ଟା ଯାଏଁ ପୀଠକୁ ସଂଯୋଗ କରୁଥିବା ଟି-ସେତୁ ଦେଇ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ । ଟି-ସେତୁ ଉପରେ କଟକଣା ପାଇଁ ନୟାଗଡ଼ ପଟୁ ବଡମ୍ବା ଆସୁଥିବା ଯାନବାହନ ଗୁଡିକୁ ସିଦ୍ଧମୂଳ ସେତୁ ଦେଇ ବଡ଼ମ୍ବା ଅଭିମୁଖେ ଯାଇପାରିବେ । ସେହିପରି ବଡମ୍ବା ପଟୁ ଭୁବନେଶ୍ୱର ଓ ଖୋର୍ଦ୍ଧା ଯାଉଥିବା ଗାଡିଗୁଡିକ ଜାତ ମୁଣ୍ଡିଆ ଦେଇ ଯାଇପାରିବେ ।
ସେପଟେ ମକର ମେଳା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମୋଟ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅସ୍ଥାୟୀ ମାଟି ରାସ୍ତାରେ ପାଣିଥିବାରୁ ଦମକଳ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ମଧ୍ୟ ନିୟୋଜିତ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଟି-ସେତୁ ହେବା ପରଠାରୁ ମକର ମେଳାରେ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିଚାଲିଛି । ଗତବର୍ଷ ପ୍ରାୟ ଦୁଇ ଲକ୍ଷ ଶ୍ରଦ୍ଧାଳୁ ଏଠାକୁ ଆସିଥିଲେ । ତା’ପୂର୍ବବର୍ଷ ୨୦୨୩ ମସିହାରେ ମକର ମେଳା ଅବସରରେ ଏଠାରେ ପ୍ରବଳ ଜନସମାଗମ ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିଲା । ଦଳଚକଟା ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ ।
ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀଙ୍କୁ ମିଳିବ ଭିଟାମିନ A ଓ D, ଗୋକୁଳ ଯୋଜନାରେ ଦିଆଯିବ ୩୦୦୦ ଗାଈ