ଟାରିଫ୍ ନିୟମରେ ସଂଶୋଧନ, ଫେରିବ ୧୦ ଟଙ୍କିଆ ରିଚାର୍ଜ କୁପନ୍

Published By : Prameya-News7 Bureau | December 24, 2024 IST

ନୂଆଦିଲ୍ଲୀ ୨୪/୧୨: ମୋବାଇଲ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଆଶ୍ବସ୍ତି । ଟାରିଫ୍ ନିୟମରେ ସଂଶୋଧନ ଆଣିଲା ଟ୍ରାଏ  । ପୁଣି ଚାଲିବ ୧୦ ଟଙ୍କିଆ ରିଚାର୍ଜ କୁପନ୍। ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ  ।  ଭଏସ୍ କଲ୍ ଓ ଏସଏମଏସ ପାଇଁ ସ୍ବତନ୍ତ୍ର ପ୍ଲାନ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଏଥିପାଇଁ ସ୍ପେଶାଲ ଟାରିଫ ଭାଉଚର ରହିବ । ଏହାଦ୍ବାରା ଡାଟା ବ୍ୟବହାର କରୁନଥିବା ଗ୍ରାହକ ଉପକୃତ ହୋଇପାରିବେ  । ସେହିପରି ୯୦ ଦିନିଆ ସ୍ପେଶାଲ ରିଚାର୍ଜ କୁପନର ଅବଧି ୩୬୫ ଦିନକୁ ବୃଦ୍ଧି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ମୋବାଇଲ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଟାରିଫ୍ ନିୟମରେ ସଂଶୋଧନ ଆଣିଲା TRAI। ପୁଣି ଚାଲିବ ୧୦ ଟଙ୍କିଆ ରିଚାର୍ଜ କୁପନ୍। ଟେଲିକମ୍ କମ୍ପାନୀମାନଙ୍କୁ ଅତି କମରେ ୧୦ ଟଙ୍କିଆ ଟପ୍ ଅପ୍ ରିଚାର୍ଜ ଭାଉଚର ରଖିବାକୁ ପଡ଼ିବ।

ଭଏସ୍ କଲ୍ ଓ SMS ପାଇଁ ସ୍ପେସାଲ୍ ଟାରିଫ୍ ଭାଉଚର ରଖିବେ। ଟେଲିକମ୍ କନଜୁମର ପ୍ରୋଟେକସନ ରେଗୁଲେସନ୍ ଓ ଟେଲିକମ୍ୟୁନିକେସନ୍ ଟାରିଫ ନିୟମରେ ସଂଶୋଧନ କରିଛି TRAI। ନୂଆ ନିୟମରେ ମୋବାଇଲ୍ ଡାଟା ବ୍ୟବହାର କରୁ ନଥିବା ଉପଭୋକ୍ତାଙ୍କ ପାଇଁ କଲ୍ ଓ ଏସଏମଏସ୍ ପାଇଁ ସ୍ପେଶାଲ୍ ପ୍ଲାନ୍ ଆଣିବାକୁ ଟେଲିକମ୍ କମ୍ପାନୀଙ୍କୁ ନିର୍ଦ୍ଦେଶ ରହିଛି। 

ଏହାଦ୍ୱାରା ଡାଟା ବ୍ୟବହାର କରୁ ନଥିବା ବୟସ୍କ ଓ ବିଶେଷ କରି ଗ୍ରାମାଞ୍ଚଳରେ ସ୍ମାର୍ଟଫୋନ୍ ବ୍ୟବହାର ଜାଣି ନଥିବା ମୋବାଇଲ୍ ଉପଭୋକ୍ତା ଫାଇଦା ପାଇବେ। ସେହିପରି ସ୍ପେଶାଲ୍ ରିଚାର୍ଜ କୁପନ୍ ଅବଧିକୁ ୯୦ ଦିନରୁ ବର୍ଷେ ପାଇଁ ବୃଦ୍ଧି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.