ରାଜ୍ୟରେ ବଢୁଛି ମଦ୍ୟପ ଗାଡି ଚାଳକଙ୍କ ସଂଖ୍ୟା, ବିନା ଫିଟ୍‌ନେସ୍‌ରେ ରାଜଧାନୀରେ ଗଡୁଛି ୪୬୦ ସ୍କୁଲ ବସ୍‌

Published By : Prameya-News7 Bureau | March 20, 2025 IST

ଭୁବନେଶ୍ବର ୨୦/୩: ରାଜ୍ୟରେ ବଢୁଛି ମଦ୍ୟପ ଗାଡି ଚାଳକଙ୍କ ସଂଖ୍ୟା । ୩ ବର୍ଷରେ ମଦ୍ୟପାନ ଯୋଗୁ ଘଟିଲାଣି ୨୧୨୭ ଟି ଦୁର୍ଘଟଣା । ୨୨ ହଜାର ୬୭୨ ମଦ୍ୟପ ଗାଡ଼ି ଚାଳକ ଧରା ପଡିଥିବା ବେଳେ ୧୧ ହଜାର ୩୭୭ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି । ଗତ ୫ ବର୍ଷ ରେ ୫୬ ହଜାର ୮୩୧ ଟି ସଡ଼କ ଦୁର୍ଘଟଣାରେ ୨୭ ହଜାର ୧୬୭ ଟି ଜୀବନ ଯାଇଛି ଏବଂ ଆହତ ହୋଇଛନ୍ତି ୫୦ ହଜାର ୪୧ ଜଣ । ରାଜ୍ୟରେ କେଉଁ ବର୍ଷ କେତେ ଦୁର୍ଘଟଣା ହୋଇଛି ? କେତେ ଲୋକଙ୍କ ଜୀବନ ଯାଇଛି ? ସେ ସଂପର୍କରେ ପ୍ରଶ୍ନ କରିଥିଲେ ଝାରସୁଗୁଡା ବିଧାୟକ ଟଙ୍କଧର ପ୍ରଧାନ । 

ସେହିପରି ଦୁର୍ଘଟଣାରେ କେତେ ସଂପତ୍ତି ନଷ୍ଟ ହୋଇଛି ଓ କେତେ ମଦ୍ୟପ ଚାଳକ ଧରାପଡିଛନ୍ତି,ସେମାନଙ୍କ ବିରୋଧରେ କଣ ପଦକ୍ଷେପ ନିଆଯାଇଛି ପଚାରିଥିଲେ ବିଧାୟକ ଟଙ୍କଧର । ଯାହାର ଲିଖିତ ଉତ୍ତର ରଖିଥିଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନା । 

ସେହିପରି ବିଧାନସଭାରେ ସାଂଘାତିକ ତଥ୍ୟ ରଖିଛନ୍ତି ପରିବହନ ମନ୍ତ୍ରୀ । କହିଛନ୍ତି ବିପଦ ସଙ୍କୁଳ ଅବସ୍ଥାରେ ଭୁବନେଶ୍ବରରେ ଗଡ଼ୁଛି ସ୍କୁଲ ବସ । ବିନା ଫିଟ୍‌ନେସ୍‌ରେ ପିଲାଙ୍କୁ ନେବା ଆଣିବା କରୁଛି ସ୍କୁଲ ବସ । ବିନା ଫିଟ୍‌ନେସରେ ଭୁବନେଶ୍ବରରେ ଗଡୁଛି ୪୬୦ ଟି ସ୍କୁଲ ବସ । ସର୍ବମୋଟ ଭୁବନେଶ୍ବରରେ ପଞ୍ଜିକୃତ ହୋଇଛି ୧୪୮୪ ସ୍କୁଲ ବସ । ସେଥିମଧ୍ୟରୁ ୪୬୦ ଟି ବସର ଫିଟ୍‌ନେସ୍‌ ନାହିଁ । 

 

  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.