କଂଗ୍ରେସ କୁ ସମ୍ବୋଧନକାଳରେ ବର୍ଡର ପାଟ୍ରୋଲ ଏଜେଣ୍ଟ ରବର୍ଟୋ ଅର୍ଟିଜଙ୍କୁ ଉଚ୍ଚ ପ୍ରଶଂସା କଲେ ଟ୍ରମ୍ପ, ଜାଣନ୍ତୁ କାହିଁକି?

Published By : Prameya-News7 Bureau | March 05, 2025 IST

ନୂଆଦିଲ୍ଲୀ ୫।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ ମଙ୍ଗଳବାର କଂଗ୍ରେସକୁ ସମ୍ବୋଧତ କରିବା ଅବସରରେ ଦେଶର ବର୍ଡର ପାଟ୍ରୋଲ ଏଜେଣ୍ଟ ରବର୍ଟୋ ଅର୍ଟିଜ୍ ଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି ଓ କହିଛନ୍ତି କିପରି ସେ ଡ୍ରଗ କାର୍ଟଲଙ୍କ ସାହାସର ସହ ମୁକାବିଲା କରିଥିଲେ, ଯେଉଁମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ମଙ୍ଗଳବାର କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ ନିଜ ଟିମ୍‌ ଉପରକୁ ଗୁଳି ମାଡ଼ ହେଉଥିବା ଦେଖି ଅର୍ଟିଜ କେର୍ଟେଲଙ୍କ ଉପରେ ଜବାବୀ କାର୍ଯ୍ୟାନୁଷ୍ଠାନ କରିଥିଲେ। 

ଜାନୁୟାରୀ ୨୭ ତାରିଖ ଦିନ ଅର୍ଟିଜ୍ ଓ ତାଙ୍କ ସାଥୀ ଭେସ୍ଲାକୋ ରେ ପାଟ୍ରୋଲ କରୁଥିବା ବେଳେ କାର୍ଟେଲ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲା। ଅର୍ଟିଜ କହିଥିଲେ ଯେ ଆମେ ମଧ୍ୟ ଜବାବୀ କାର୍ଯ୍ୟନୁଷ୍ଠାନ କରିଥିଲୁ। କାର୍ଟଲ ଓ ପ୍ରବାସୀଙ୍କ ବିରୋଧରେ ଟ୍ରମ୍ପଙ୍କ କଡ଼ା ନୀତି ଯୋଗୁ ଆମେ ଏପରି କରିବାକୁ ସକ୍ଷମ ହୋଇଥିଲୁ। ଅର୍ଟିଜ ଙ୍କ ପ୍ରଶଂସା କରି ଟ୍ରମ୍ପ ‘ଆମେ ଆପଣଙ୍କ ମହାନ ସାହସ, ଆପଣ ସାମ୍ନା କରିଥିଲା ଚ୍ୟାଲେଞ୍ଜ ଓ ଆପଣ ଦେଖାଇଥିବା ବାହାଦୁରୀ ଲାଗି ଆମେ ଆପଣଙ୍କୁ ସମ୍ନାନ କରୁଛୁ’ ବୋଲି କହିଛନ୍ତି। 


ଏହି ଅବସରରେ ଟ୍ରମ୍ପ କିପରି ତାଙ୍କ ସରକାର ସୀମା ଓ ଅନୁପ୍ରବେଶ ଲାଗି ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି ତାହା ସୂଚିତ କରିଛନ୍ତି। ଟ୍ରମ୍ପ କହିଛନ୍ତି ଦାୟିତ୍ୱ ଗ୍ରହଣ କରିବା ପରେ ମୋ ପ୍ରଶାସନ ଆମେରିକା ଇତିହାସରେ ସୀମା ଓ ଅନୁପ୍ରବେଶ ଲାଗି ସବୁଠୁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଓ ଆମେ ଖୁବ୍ ଶୀଘ୍ର ଅବୈଧ ସୀମା ପାର କରୁଥିବା ସବୁଠୁ କମ ସଂଖ୍ୟା ହାସଲ କରିଛୁ ଯାହା ଏ ପର୍ଯ୍ୟନ୍ତ ରେକର୍ଡ ହୋଇଛି। 


ମିଡିଆ ଓ ଡେମୋକ୍ରାଟିକ ପାର୍ଟିର ବନ୍ଧୁମାନେ କହୁଛନ୍ତି ଆମ ସୀମାକୁ ସୁରକ୍ଷିତ କରିବା ପାଇଁ ନୂଆ ଆଇନର ଆବଶ୍ୟକତା ରହିଛି। ହେଲେ ଏବେ ଜଣାପଡିଛି ଯେ ବାସ୍ତବରେ ଆମକୁ ଜଣେ ରାଷ୍ଟ୍ରପତିଙ୍କ ଆବଶ୍ୟକତା ଥିଲା। ଟ୍ରମ୍ପ ଆମେରିକା କଂଗ୍ରେସକୁ କହିଛନ୍ତି ଯେ ମୁଁ କଂଗ୍ରେସକୁ ଏକ ବିସ୍ତୃତ ପାଣ୍ଠି ଅନୁରୋଧ କରିଛି, ଯେଉଁଥିରେ ଆମେ ଏହି ବିପଦକୁ କିପରି ସମାପ୍ତ କରିପାରିବା ସେ ନେଇ ବିସ୍ତୃତ ବିବରଣୀ ଦିଆଯାଇଛି। ଏଥିରେ ଆମେ ଆମ ମାତୃଭୂମିକୁ କିପରି ରକ୍ଷା କରିବା ଓ ଆମ ଇତିହାସର ସବୁଠୁ ବଡ଼ନିର୍ବାସନ ଅଭିଯାନକୁ କିପରି ସଫଳ କରିବା ସେ ବିଷୟରେ ସୂଚନା ଦିଆଯାଇଛି। 

କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରି ଟ୍ରମ୍ପ ମେକ୍ସିକୋର କାର୍ଟଲକୁ ଆତଙ୍କବାଦ ସଙ୍ଗଠନ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଆମ ଲାଗି ଆଇଏସଆଇଏସ୍ ଓ କାର୍ଟଲ ଗୋଟିଏ ଶ୍ରେଣୀର। କାର୍ଟଲ ଆମ ବିରୋଧରେ ଯୁଦ୍ଧ ଘୋଷଣା କରିଛି, ଏବେ ସମୟ ଆସିଛି ଆମେ କାର୍ଟଲ ବିରୋଧରେ ଯୁଦ୍ଧଘୋଷଣା କରିବା ଦରକାର। ଡୋନାଲ୍ଡ ଟ୍ରମ୍ପ କାର୍ଟଲ ଲିଡରମାନଙ୍କୁ ଆମେରିକାକୁ ପ୍ରତ୍ୟାର୍ପିତ କରିବା ଲାଗି ମେକ୍ସିକୋର ମଧ୍ୟ ପ୍ରଶଂସା କରିଛନ୍ତି ଓ କହିଛନ୍ତି ମେକ୍ସିକୋ ଏବଂ କାନାଡା ସୀମା ସେପାଖରୁ ଆସୁଥିବା ଫେଣ୍ଟେନାଇଲକୁ ରୋକିବା ଲାଗି ସେମାନଙ୍କୁ ଆହୁରି ବହୁତ କିଛି କରିବାକୁ ଅଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.