ଘରୋଇ କଳିରୁ ବୋମାମାଡ଼, ପୋଲିସ ହାତରେ ଧରାପଡିଲେ ଦୁଇ ଭାଇ

Published By : Prameya-News7 Bureau | March 16, 2025 IST

ବ୍ରହ୍ମପୁର ୧୬।୩: ଘର ଉପରକୁ କରିଥିଲେ ବୋମା ମାଡ଼ । ଧରାପଡିଲେ ଦୁଇ ଅଭିଯୁକ୍ତ । ଗୋପାଳପୁର ଥାନା ପୋଲିସ କରୁଛି ତଦନ୍ତ । 

ସୂଚନାଯୋଗ୍ୟ ଯେ, ଶନିବାର ରାତିରେ ଗୋପାଳପୁର ଥାନା ଅନ୍ତର୍ଗତ ବଡ଼ଗୁମୁଳା ଗ୍ରାମର  ପ୍ରଦୀପ ବେହେରାଙ୍କ ଘର ଦାଣ୍ଡରେ ବୋମାମାଡ଼ କରିଥିଲେ ଦୁଇ ଦୁର୍ବୃତ୍ତ । ପ୍ରଦୀପ ଏଥିପାଇଁ ତାଙ୍କ ବାପାଙ୍କୁ ଦାୟୀ କରିଥିଲେ । ପ୍ରଦୀପଙ୍କ ବାପା କେଦାର ବେହେରା ଅଲଗା ହୋଇ ଗାଁର ଅନ୍ୟତ୍ର ରହୁଛନ୍ତି । କେଦାର ବେହେରା ଦୁଇ ଜଣ ଯୁବକଙ୍କୁ ଫୋନ କରି ଡାକିଥିଲେ । ବାପାଙ୍କ ଏଭଳି କାରିବାର ଜାଣି ପ୍ରଦୀପଙ୍କର ଦୁଇ ଯୁବକଙ୍କ ସହ ଯୁକ୍ତିତର୍କ କରି ଉଭୟଙ୍କ ଗାଳି ଗୁଲଜ, ପାଟିତୁଣ୍ଡ ହୋଇଥିଲା । ଏହି ଘଟଣାକୁ ନେଇ ଦୁଇ ଯୁବକ ପ୍ରଦୀପଙ୍କ ଘର ଦାଣ୍ଡରେ ବୋମା ମାଡ଼ କରିଥିବା ନେଇ ପ୍ରଦୀପ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଗୋପାଳପୁର ପୋଲିସ ଘଟଣାର ତଦନ୍ତ କରି ଦୁଇ ଭାଇ ଶ୍ରୀକାନ୍ତ ପାତ୍ର ଓ ସିଦ୍ଧାନ୍ତ ପାତ୍ରଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି ।

You Can Read: 

କ୍ୟାରମ୍ ଖେଳ ଗଣ୍ଡଗୋଳରୁ ଉତ୍‌କ୍ଷିପ୍ତ ହୋଇ ହତ୍ୟା କରିଥିଲେ ଅଭିଯୁକ୍ତ, ବନ୍ଧୁକକୁ ନେଇ ଖୋଳତାଡ଼ କରୁଛି ପୋଲିସ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.