ସମ୍ବଲପୁର ୦୫।୦୧ : ହତ୍ୟା ନା ଦୁର୍ଘଟଣା । ସମ୍ବଲପୁର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ମୂରଳୀଧର ଛୁରିଆଙ୍କ ମୃତ୍ୟୁ ନେଇ ଏପରି ଚର୍ଚ୍ଚା ହେଉଛି । ବୁର୍ଲା ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି ।
ଶନିବାର ବିଳମ୍ବିତ ରାତିରେ ସମ୍ବଲପୁରର କଟାପାଲି ପୁରୁଣା ପଞ୍ଚାୟତ ଅଫିସ ନିକଟରେ ଏକ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ ମୁରଲୀଧର ଛୁରିଆଙ୍କର ମୃତ୍ୟୁ ହୋଇଥିଲା । ଉଭୟ କୌଣସି କାମରେ ଯାଉଥିବା ବେଳେ ଏକ ହାଇଓ୍ୱା ଗାଡି ଧକ୍କା ଦେଇଥିଲେ। ଯାହାଫଳରେ ସେମାନଙ୍କ କାର୍ଟି ବ୍ରିଜ୍ ତଳକୁ ଖସିପଡିଥିଲା । ଆଉ ଏହି ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଦୁର୍ଘଟଣାକୁ ନେଇ ସାଂଘାତିକ ଅଭିଯୋଗ ହୋଇଛି । ଡ୍ରାଇଭର ଜଣଙ୍କ ଜାଣିଶୁଣି ହାଇଓ୍ୱା ଚଢାଇ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଗୁରୁତର ହୋଇ ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି।