ଆଗାମୀ ୨ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ

Published By : Prameya-News7 Bureau | February 23, 2025 IST

ଭୁବନେଶ୍ୱର ୨୩।୦୨ : ରବିବାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝରରେ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଏହି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏ ସବୁ ଜିଲ୍ଲାରେ ୫୦ରୁ ୬୦କିମି ବେଗରେ ପବନ  ବହିପାରେ । ରବିବାର ଓ ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ରବିବାର ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼,  ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ହାଲୁକା ବର୍ଷା ସମ୍ଭାବନା ଅଛି।  

୨୪ ତାରିଖ (ସୋମବାର) ପାଇଁ ମୟୂରଭଞ୍ଜ ଓ ବାଲେଶ୍ୱରରେ ୟେଲୋ ୱାର୍ଣ୍ଣିଂ  ଜାରି ହୋଇଛି । ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପ  ପରିମାଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । 

ଶନିବାର  ସକାଳୁ ନେଇ ସନ୍ଧ୍ୟା ଭିତରେ ଅନୁଗୁଳରେ ୨୧ ମିମି, ବାଲେଶ୍ୱରରେ ୫.୬  ଓ ନୟାଗଡ଼ରେ ୪ମିମି ବର୍ଷା ସମ୍ଭାବନା ଅଛି । ଅନୁଗୁଳରେ ରାତି ତାପମାତ୍ରା  ୧୩.୬ ଡିଗ୍ରୀ ସେଲସିୟସ୍‌ ରହିଥିଲା । କୋରାପୁଟରେ ୧୭.୧ ଓ ଫୁଲବାଣୀରେ  ୧୭.୫ ଡିଗ୍ରୀ ଥିଲା । ଆଜି ଟିଟିଲାଗଡ଼ ଓ ବଲାଙ୍ଗୀରରେ ଦିନ ତାପମାତ୍ରା ସର୍ବାଧିକ   ୩୬ ଡିଗ୍ରୀ ଥିଲା । ସୋନପୁରରେ ୩୫.୮, ବୌଦ୍ଧ ଓ ଝାରସୁଗୁଡ଼ାରେ ୩୫.୫,  ହୀରାକୁଦରେ ୩୫.୪ ଡିଗ୍ରୀ ରେକର୍ଡ ହୋଇଛି ।

ଅଭିନବ ଉପାୟରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ କ୍ରୀଡ଼ାପ୍ରେମୀ, ହେଲମେଟ୍‌ରେ ଚିତ୍ର ଆଙ୍କି କହିଲେ ‘ବେଷ୍ଟ୍‌ ଅଫ୍‌ ଲକ୍‌’

  • Weather
  • Weather Forecast
  • Weather update
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.