ମୁନିଗୁଡା ୧୪।୬: କେରଳରୁ ଫେରି ବାଇକ୍ରେ ଘରକୁ ଯାଉଥିଲେ । ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ । ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ନଳାହାଟ ଗାଁର ଦାରୁଣ ବିଶୋଇ ଓ କନ୍ଧମାଳ ଜିଲ୍ଲା ଶ୍ରୀରାମପୁରର ଶ୍ରୀରାମ ବିଶୋଇ କେରଳ ଯାଇ ଟ୍ରେନ୍ ଯୋଗେ ମୁନିଗୁଡା ଷ୍ଟେସନରେ ପହଞ୍ଚିଥିଲେ । ଉଭୟକୁ ନେବା ପାଇଁ ବାଇକ୍ ନେଇ ଆସିଥିଲେ ଫାତୁ ବିଶୋଇ । ତିନି ଜଣ ମିଶି ଗାଁକୁ ଯାଉଥିବା ବେଳେ ବାପୁଜୀ ନଗର ନିକଟରେ ଥିବା ବ୍ରିଜ୍ରେ ବାଇକ୍ ଦୁର୍ଘଟଣା ଘଟିଥିଲା । ଫଳରେ ଦାରୁଣ ଓ ଶ୍ରୀରାମଙ୍କ ମୃତ୍ୟୁ ହୋଇଥିବା ବେଳେ ଫାତୁ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
You Can Read: