ଗାଧୋଇବାକୁ ଏକାଠି ଯାଇଥିଲେ ୫ ସାଙ୍ଗ, ପୋଖରୀରେ ବୁଡି ଚାଲିଗଲା ୨ ଜୀବନ

Published By : Prameya-News7 Bureau | September 05, 2024 IST

Breaking_1

କୁଚିଣ୍ଡା ୦୫।୦୯ : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଗୋବିନ୍ଦପୁର ଥାନା ଅଞ୍ଚଳରେ ଅଘଚଟଣ । ପୋଖରୀରେ ବୁଡି ଚାଲିଗଲା ଦୁଇ ନାବାଳକ ସାଙ୍ଗଙ୍କ ଜୀବନ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । 

ଖବର ଅନୁଯାୟୀ, ଗୋବିନ୍ଦପୁର ଥାନା ଭିଏଏସ କଲୋନୀ ନିକଟ ପୋଖରୀକୁ ୬ଜଣ ସାଙ୍ଗ ବୁଧବାର ସଂଧ୍ୟା ୫ଟା ବେଳେ ଗାଧୋଇବା ଯାଇଥିଲେ । ପୋଖରୀରେ ଗାଧୋଇବା ବେଳେ ହଠାତ୍‌ ଦୁଇ ନାବାଳକ ବୁଡି ଯାଇଥିଲେ । ଏହାପରେ ଅଗ୍ନିଶମ ବାହିନୀ ଓ ଗୋବିନ୍ଦପୁର ପୋଲିସକୁ ଖବର ଦିଆଯାଇଥିଲା । ଉଭୟ ପହଞ୍ଚି ଘଟଣାସ୍ଥଳରେ ଖୋଜାଖୋଜି ଆରମ୍ଭ କରିଥିଲେ । କିଛି ସମୟ ଧରି ଖୋଜାଖୋଜି କରିବା ପରେ ଦୁଇ ନାବାଳକଙ୍କ ମୃତଦେହ ମିଳିଥିଲା । ମୃତକ ଗୋବିନ୍ଦପୁରର ଅଭୟ କୁମାର ଶର୍ମା (୧୧ ବର୍ଷ ), ଆଶିଷ୍‌ ନାଗ (୧୧ ବର୍ଷ ) ବୋଲି ଜଣାପଡିଛି । 

ସେପଟେ ପୋଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ଛାନ୍‌ଭିନ୍‌ ଜାରି ରଖିଛି । ବାକି ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ତଦନ୍ତରେ ତ୍ୱରାନ୍ୱିତ ହେବ ବୋଲି ଜଣାପଡିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.