ଡେଲାଙ୍ଗ ଅଞ୍ଚଳରୁ ଦୁଇ ନାବାଳିକା ନିଖୋଜ ଅଭିଯୋଗ, ମିଳିଲା ସାଇକେଲ କିନ୍ତୁ ମିଳୁନି ପତ୍ତା

Published By : Prameya-News7 Bureau | June 24, 2025 IST

ପିପିଲି ୨୪।୬: ପିପିଲି ଡେଲାଙ୍ଗ ଅଞ୍ଚଳରୁ ଦୁଇ ନାବାଳିକା ନିଖୋଜ ଅଭିଯୋଗ । ଗତ ରବିବାର ଠାରୁ ଦୁଇ ନାବାଳିକା ନିଖୋଜ ହୋଇଥିବା ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । 

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ଦୁଇ ନାବାଳିକା ସାଇକେଲ ଯୋଗେ ଡେଲାଙ୍ଗ ଷ୍ଟେସନ ବଜାରରୁ ଯାଇଥିଲେ । ହେଲେ ସେମାନେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକ ଆଖପାଖ ଅଞ୍ଚଳ ସହ ବନ୍ଧୁବାନ୍ଧବ ଘରେ ବହୁ ଖୋଜାଖୋଜି କରିଥିଲେ ।  ବହୁ ଖୋଜାଖୋଜି କରି ପରେ ସାଇକେଲଟିକୁ ବଜାର ନିକ ରାସ୍ତା କଡ଼ରୁ ପାଇଥିଲେ । କିନ୍ତୁ ଉଭୟ ନାବାଳିକାଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ । 

ତେବେ ନାବାଳିକାଙ୍କ ନିଖୋଜ ଘଟଣାକୁ ୪ ଦିନ ବିତିଯାଇଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ । 

You Can Read:

ଘରେ ଶୋଇଥିଲେ ଭାଇ-ଭଉଣୀ, ସାପ କାମୁଡାରେ ଚାଲିଗଲା ଉଭୟଙ୍କ ଜୀବନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.