ଭୁବନେଶ୍ବର: ରାଜଧାନୀରେ ମଦ ମୃତ୍ୟୁ ଅଭିଯୋଗ। ମଦ ପିଇ ଦୁଇ ଜଣକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳରେ। ଉତ୍ତ୍ୟକ୍ତ ଲୋକେ ସଂପୃକ୍ତ ମଦ ଦୋକାନକୁ ଘେରାଉ କରିଥିବାବେଳେ, ଘଟଣାସ୍ଥଳରେ ଅବକାରୀ ପୋଲିସ ପହଞ୍ଚି ମଦ ଦୋକାନକୁ ସିଲ୍ କରିଛି।
ସୂଚନା ଅନୁଯାୟୀ, ବୁଧବାର ସ୍ଥାନୀୟ ଲକ୍ଷ୍ମୀସାଗର ଅଞ୍ଚଳର ୨ ବ୍ୟକ୍ତିଙ୍କ ମଦ ପିଇବା ପରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଅପମିଶ୍ରିତ ମଦ ପିଇବା କାରଣରୁ ସେମାନଙ୍କ ମୃତ୍ୟୁ ହୋଇଛି। ଏମିତିରେ ଅପମିଶ୍ରିତ ମଦ ବିକ୍ରି କରୁଥିବା ଅଭିଯୋଗରେ ନିର୍ଦ୍ଦିଷ୍ଟ ଏକ ମଦ ଦୋକାନକୁ ଘେରାଉ କରିଥିଲେ। ସେପଟେ ଖବର ପାଇଁ ଖଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ମଦ ଦୋକାନକୁ ସିଲ୍ କରିଛି ।
You Can Read:
ଟ୍ରକ୍ ପଛରେ ଧକ୍କା ହେଲା କାର୍, ଗୁରୁତର ଅବସ୍ଥାରେ ଡାକ୍ତର ମେଡିକାଲରେ ଭର୍ତ୍ତି