ଭୁବନେଶ୍ବର ୧।୮: ରତ୍ନଭଣ୍ଡାର ଗଣତି ମଣତି କରିବେ ଆରବିଆଇର ଦୁଇ ଜଣ ଏକ୍ସପର୍ଟ । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗଣତି ମଣତି ନେଇ ଆରବିଆଇ ଦୁଇ ଜଣ ଏକ୍ସପର୍ଟଙ୍କୁ ମନୋନୀତ କରି ସରକାରଙ୍କୁ ଜଣାଇଛନ୍ତି । ଖୁବ୍ କମ୍ ଦିନରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ।
ମହାପ୍ରଭୁଙ୍କ ରତ୍ନ ଗଣତି ମଣତି ନେଇ ଆରବିଆଇର ଦୁଇ ଜଣ ଏକ୍ସପର୍ଟଙ୍କୁ ମନୋନୀତ କରି ଆମକୁ ଜଣାଇଛନ୍ତି । ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଆମେ ଖୁବ୍ କମ୍ ଦିନ ମଧ୍ୟରେ ପରିଚାଳନା କମିଟି ଗଠନ କରିଦେବୁ । ପରିଚଳନା କମିଟିର ଅନୁମତି କ୍ରମେ ଉଚ୍ଚ ସ୍ତରୀୟ କମିଟି ରତ୍ନ ଗୁଡିକୁ ଭିତର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରିତ କରିବେ । ତାପରେ ତାରିଖ ନିର୍ଦ୍ଧାରଣ କରି ଆରବିଆଇର ଦୁଇ ଜଣ ସଦସ୍ୟଙ୍କ ଉପସ୍ଥିତିରେ ଗଣତି ମଣତି ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
You Can Read:
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ, ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ବନ୍ଦ ଥିଲା