ବଜ୍ରପାତରେ ଚାଲିଗଲା ୨ ମହିଳାଙ୍କ ଜୀବନ, ସ୍ବାମୀଙ୍କ ପାଇଁ ଖାଇବା ନେଇ ଯାଇଥିଲେ

Published By : Prameya-News7 Bureau | May 29, 2025 IST

ବରଗଡ ୨୯।୫ବଜ୍ରପାତରେ ଗଲା ଦୁଇ ଜଣ ମହିଳାଙ୍କ ଜୀବନ । ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ଟୋପ୍ ଓ ଖଇରପାଲି ଗାଁର ଦୁଇ ଜଣ ମହିଳାଙ୍କ ମୃତ୍ୟୁ  ଘଟିଛି । ଉଭୟ ମହିଳାଙ୍କ ମଧ୍ୟରୁ ଖଇରପାଲି ଗାଁର ଶାନ୍ତି ଛତ୍ରିଆ ଜାଳେଣୀ ସଂଗ୍ରହ ପାଇଁ ଯାଇଥିଲେ । ଟୋପ ଗାଁର ଜଶୋଦା ମଲିକ ସ୍ୱାମୀଙ୍କ ପାଇଁ ଭାତ ନେଇ ଚାଷ ଜମିକୁ ଯାଇଥିବା ବେଳେ  ଅଘଟଣ ଘଟିଛି  । ଉଭୟଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

You Can Read:

ବିଶ୍ବେଶ୍ୱର ବାବାଙ୍କ ଶୀତଳଷଷ୍ଠୀ ପାଇଁ ଶେଷ ହେଲା ପତରପେଣ୍ଡି ଓ ନିର୍ବନ୍ଧ କାର୍ଯ୍ୟକ୍ରମ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.