ବିଲରେ ତଳି ରୋଇବା ବେଳେ ବଜ୍ରପାତ, ଚାଲିଗଲା ଦୁଇ ମହିଳାଙ୍କ ଜୀବନ

Published By : Prameya-News7 Bureau | July 16, 2025 IST

ତେଲକୋଇ ୧୬।୭: ବଜ୍ରପାତରେ ଚାଲିଗଲା ଶାଶୁ-ବୋହୂଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ବିଞ୍ଝବାହାଳ ଗାଁ ଉପର ସାହିର ରୁକ୍ମିଣୀ ନାଏକ ଓ ଲବଣି ନାଏକ । ଧାନ ତଳି ରୋଇବା ବେଳେ ବଜ୍ରପାତ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ବୁଧବାର ସକାଳୁ ନିଜ ଧାନ ଜମିରେ ତଳି ରୋଇବା ପାଇଁ ଦୁଇ ଜଣ ମହିଳା ଯାଇଥିଲେ । ପ୍ରାୟ ଦିନ ୨ଟା ସମୟରେ ଘଡଘଡି ସହ ପ୍ରବଳ ବର୍ଷା ଆରମ୍ଭ ହୋଇଥଲା । ଦୀର୍ଘ ସମୟ ଧରି ବଜ୍ରପାତ ହୋଇଥିଲା । ବଜ୍ରପାତ ଦେଖି ସେମାନେ ଜମିରୁ ବାହାରକୁ ବାହାରି ଆସିଥିଲେ । ସେହି ସମୟରେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିଲା । ନିକଟରେ ଅନ୍ୟ ଧାନ ଜମିରେ ତଳି ରୋଉଥିବା ଲୋକେ ଆସି ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ମେଡ଼ିକାଲରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

You Can Read:

ବ୍ୟାରିକେଡ଼ ଭାଙ୍ଗିବା ପରେ ପାଣି ମାଡ଼ କରାଯାଇଥିଲା, AI କ୍ୟାମେରାରେ ସମସ୍ତ ଗତିବିଧି କଏଦ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.