ପାକିସ୍ତାନକୁ ବ୍ଲାକ୍ ଲିଷ୍ଟ ଓ ଭାରତକୁ ରେଡ୍‌ ଲିଷ୍ଟରେ ପକାଇଲା ବ୍ରିଟେନ୍: ଭାରତର ଏହି ସ୍ଥାନକୁ ନ ଯିବାକୁ ଦେଲା ପରାମର୍ଶ

Published By : Prameya-News7 Bureau | April 13, 2024 IST

internet

ନୂଆଦିଲ୍ଲୀ: ପାକିସ୍ତାନକୁ ବିପଦପ୍ରବଣ ରାଷ୍ଟ୍ର ତାଲିକାରେ ସାମିଲ୍ କଲା ବ୍ରିଟେନ୍। ପାକିସ୍ତାନ ଗସ୍ତ ବିପଦବ୍ରବଣ ବୋଲି ବ୍ରିଟେନ୍ କହିଛି। ସେହିପରି ଭାରତକୁ ମଧ୍ୟ ରେଡି ଲିଷ୍ଟରେ ପକଇଛି। ଭାରତର କିଛି ସ୍ଥାନକୁ ମଧ୍ୟ ନ ଯିବାକୁ ବ୍ରିଟେନ୍ ତା ନାଗରିକଙ୍କୁ ନିର୍ଦ୍ଦେଶ ଦେଇଛି। ବ୍ରିଟେନ୍‌ର ଫରେନ୍ ଆଣ୍ଡ କମନ୍‌ୱେଲ୍ଥ ଅଫିସ୍(ଏଫ୍‌ସିଓ) ଟ୍ରାଭେଲ୍ ଆଡଭାଇଜରିରେ ପାକିସ୍ତାନକୁ ବ୍ଲାକଲିଷ୍ଟରେ ପକାଇଛି।

ପାକିସ୍ତାନର ଯେଉଁସବୁ ଅଞ୍ଚଳକୁ ହାଇ ରିସ୍କ ଯୋଜନ ବୋଲି ବ୍ରିଟେନ୍ ଦର୍ଶାଇଛି ସେଗୁଡ଼ିକ ହେଲେ ସିନ୍ଧ, ଖୈବର ପଖ୍‌ତୁନଖା, ବଲୁଚିସ୍ତାନ, ପାକ-ଆଫଗାନ ବର୍ଡର ଓ ପିଓକେ। ବ୍ରିଟେନ୍‌ରେ ବ୍ଲାକ୍‌ ଲିଷ୍ଟରେ ୮ଟି ନୂଆ ଦେଶକୁ ସାମିଲ କରିଛି। ସେଗୁଡ଼ିକ ହେଲା- ଇରାନ, ଋଷ, ୟୁକ୍ରେନ୍, ଇସ୍ରାଏଲ୍, ବେଲାରୁସ ଓ ପାଲେଷ୍ଟାଇନ୍। ଏସବୁ ମିଶାଇ ବ୍ରିଟେନ୍ ମୋଟ ୨୪ଟି ଦେଶକୁ କଳା ତାଲିକାଭୁକ୍ତ କରିଛି।  

କେବ ପାକିସ୍ତାନ ନୁହେଁ, ଭାରତକୁ ବି ରେଡ୍‌ ଲିଷ୍ଟରେ ରଖିଛି ବ୍ରିଟେନ। ଅର୍ଥାତ ଅତି ଜରୁରି କାମ ନ ପଡ଼ିଲେ ଭାରତର କିଛି ସ୍ଥାନକୁ ନ ଯିବାକୁ ନିଜ ଦେଶର ନାଗରିକଙ୍କୁ ବ୍ରିଟେନ୍  ପରାମର୍ଶ ଦେଇଛି। ଏହି ସ୍ଥାନଗୁଡିକ ହେଲା ଜାମ୍ମୁ-କାଶ୍ମୀର, ମଣିପୁର ଓ ଭାରତ-ପାକିସ୍ତାନ ବର୍ଡର। 

ବ୍ରିଟେନ୍‌ର ବ୍ଲାକ୍‌ ଲିଷ୍ଟରେ ଆଫଗାନିସ୍ତାନ-ଇରାକ, ୟେମେନ, ସିରିଆ, ଓ ସୋମାଲିଆ ଦେଶର ରହିଛି। ଭାରତ ସହିତ ରେଡ୍ ଲିଷ୍ଟରେ ଥିବା ଦେଶଗୁଡ଼ିକ ହେଲେ ମିଶ୍ର, ଇଣ୍ଡୋନେସିଆ, ମ୍ୟାଲେସିଆ, ପିଲିପିନ୍ସ ଓ ସାଉଦି ଆରବ। 

ପଢ଼ନ୍ତୁ- ପାକିସ୍ତାନରେ କଷ୍ଟ ଅଫ ଲିଭିଂ ଏସିୟାରେ ସବୁଠୁ ଅଧିକ, ଜାଣନ୍ତୁ କାରଣ

ମାଞ୍ଚେଷ୍ଟର ସନ୍ଧ୍ୟା ନ୍ୟୁଜ୍ ଅନୁଯାୟୀ ଯୁଦ୍ଧ, ଅପରାଧ, ଆତଙ୍କବାଦ, ଗୁରୁତର ରୋଗ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରି ବିପଦକୁ ଦୃଷ୍ଟିରେ ରଖି ବ୍ରିଟେନ ବ୍ରିଟେନ ଯାତ୍ରା ପରାମର୍ଶନାମା ଜାରି କରିଛି। ଏହାପୂର୍ବରୁ ଗତ ବର୍ଷ ଜୁଲାଇରେ ମଧ୍ୟ ବ୍ରିଟେନ ପାକିସ୍ତାନ ସମ୍ବନ୍ଧୀୟ ଯାତ୍ରା ନିର୍ଦ୍ଦେଶାବଳୀକୁ ଅପ୍‌ଡେଟ୍ କରିଥିଲା। ପାକିସ୍ତାନରେ ଆତଙ୍କବାଦର ବିପଦକୁ ଦୃଷ୍ଟିରେ ରଖି ବ୍ରିଟିଶ ନାଗରିକମାନଙ୍କୁ ସେଠାକୁ ନ ଯିବାକୁ ପରାମର୍ଶ ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.