ପାକିସ୍ତାନର ଟିପ୍ପଣୀ ଉପରରେ ଓମର ଅବଦ୍ଦୁଲ୍ଲାଙ୍କ ଜବାବ; ‘ପାକିସ୍ତାନ ପ୍ରଥମେ ନିଜ ଦେଶ ସମ୍ଭାଳୁ’

Published By : Prameya-News7 Bureau | September 19, 2024 IST

ନୂଆଦିଲ୍ଲୀ: ନ୍ୟାସନାଲ କନଫ୍ରେନ୍ସ ନେତା ଓମର ଅବଦ୍ଦୁଲ୍ଲା ପାକିସ୍ତାନର ଟିପ୍ପଣୀ ଉପରେ ଜବାବ ରଖିଛନ୍ତି । ପାକିସ୍ତାନ ସରକାର ନିଜ ଦେଶକୁ କିପରି ସମ୍ଭାଳିବେ ସେ ପ୍ରୟାସ କରନ୍ତୁ, ଅନ୍ୟକୁ ଜ୍ଞାନ ଦେବେ ପଛରେ । ଜାମ୍ମୁ-କଶ୍ମୀରରେ ନିର୍ବଚନକୁ ପଡୋଶୀ ଦେଶ ଟିପ୍ପଣୀ ଦେବା ଉଚିତ୍ ନୁହେଁ ବୋଲି ଓମର ଅବଦ୍ଦୁଲା କହିଛନ୍ତି । 

ସୂଚନା ଅନୁଯାୟୀ, ଜାମ୍ମୁ-କାଶ୍ମୀରରେ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଶେଷ ହୋଇଛି । ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା ମୁତାବକ, ରାଜ୍ୟରେ ୬୧ ପ୍ରତିଶତ ମତଦାନ ହୋଇଛି । ଏହାରି ଭିତରେ ପାକିସ୍ତାନୀ ନେତା ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦କୁ ନେଇ ଟିପ୍ପଣୀ ଦେଇଥିଲେ । ପାକିସ୍ତାନର ଏକ ଟିଭି ଶୋ’ରେ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଅସିଫ୍ ପ୍ରଶ୍ନ କରାଯାଇଥିବା, ଶେଖ୍ ଅବଦ୍ଦୁଲା ଏବଂ ପଣ୍ଡିତ୍ ନେହରୁ ଜାମ୍ମୁ-କାଶ୍ମୀରରେ ଧାରା 370 ଏବଂ 35A ଲାଗୁ କରିଥିଲେ । ଏବେ ନ୍ୟାସନାଲ କନଫ୍ରେନ୍ସ ଏବଂ କଂଗ୍ରେସ ନିର୍ବାଚନ ଜିତିଲେ ଏହାକୁ ପୁଣି ଲାଗୁ କରିବେ ବୋଲି କହୁଛନ୍ତି। ଏହା ଉପରେ ଖ୍ବାଜା ଅସିଫ୍ ଉତ୍ତର ରଖି କହିଥିଲେ, ମୋତେ ଲାଗୁ ଏହା ସମ୍ଭବ । 

ଏହି ଟିପ୍ପଣୀ ଉପରେ କଡ଼ା ଜବାବ ଦେଇଛନ୍ତି ନ୍ୟାସନାଲ କନଫ୍ରେନ୍ସ ନେତା ଓମର ଅବଦ୍ଦୁଲ୍ଲା । ସେ କହିଛନ୍ତି, ପାକିସ୍ତାନ ପ୍ରଥମେ ନିଜ ଦେଶ ସମ୍ଭାଳୁ । ଏହି ମାମଲାରେ ପାକିସ୍ତାନ ସହିତ କୌଣସି ପ୍ରକାର ଲେଣଦେଣ ନାହିଁ । ଭାରତର ଏହା ଅନ୍ତରୀଣ ମାମଲା, ଏଥିରେ ପକିସ୍ତାନ ଦଖଲ ହେବାର କୌଣସି  ଆବଶ୍ୟକତା ନାହିଁ ବୋଲି ନ୍ୟାସନାଲ କନଫ୍ରେନ୍ସ ନେତା ଓମର ଅବଦ୍ଦୁଲ୍ଲା କହିଛନ୍ତି ।...      

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.