ଗୁଣପୁର ୨୧।୫: ଅଜଣା ଗାଡ଼ି ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ । ରାୟଗଡା ଜିଲ୍ଲା ଗୁମୁଡା ଫାଣ୍ଡି ଅନ୍ତର୍ଗତ ବଂଶଧାରା ନଦୀ ବ୍ରିଜ୍ ଉପରେ ଘଟିଥିଲା ଦୁର୍ଘଟଣା । ମଙ୍ଗଳବାର ବିଳମ୍ବିତ ରାତିରେ ଧକ୍କା ଦେଇଥିଲା ଅଜଣା ଗାଡି । ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ୩ ଜଣ ଯୁବକ କାରିଣୀ ଗ୍ରାମର ଠାକୁରାଣୀ ଯାତ୍ରା ଦେଖିବାକୁ ଯାଉଥିଲେ । ୩ ଜଣ ଯୁବକ ହେଲେ ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ୍ କଇଠ ପଦର ଗ୍ରାମର ଦୁଇ ଜଣ ଯୁବକ ବୁଲୁ ଶବର, ସୁବ୍ରତ ଶବର ଏବଂ ଜଗନ୍ନାଥପୁର ଗ୍ରାମର ବାଳକୃଷ୍ଣ ଆରକା । ଯୁବକ ତିନି ଜଣ ବାଇକ୍ ଯୋଗେ ଯାତ୍ରା ଦେଖିବାକୁ ଯିବା ବେଳେ ଦୁର୍ଘଟଣାର ଶୀକାର ହୋଇଛନ୍ତି । ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେବା ପରେ ଫେରାର ହୋଇଯାଇଛି । ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟ ଜଣଙ୍କୁ ଉଦ୍ଧାର କରି ଗୁଣପୁର ମେଡିକାଲକୁ ଆଣିବା ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି । ପଦ୍ମପୁର ମେଡିକାଲରେ ରହିଛି ଦୁଇ ଜଣଙ୍କ ମୃତଦେହ । ଗୁଣପୁର ମେଡିକାଲରେ ଜଣଙ୍କ ମୃତଦେହ ରହିଛି ।
You Can Read:
ଆଗାମୀ ୧୨ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ, ପରବର୍ତ୍ତୀ ୩୬ଘଣ୍ଟାରେ ପରିଣତ ହେବ ଅବପାତରେ !