ନୂଆଦିଲ୍ଲୀ ୦୫/୧୨: ଆମେରିକାରେ ୟୁନାଇଟେଡ୍ ହେଲଥ କେୟାରର ସିଇଓଙ୍କୁ ହତ୍ୟା । ଘଟଣା ପର ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ବୁଧବାର ସକାଳେ ତାଙ୍କୁ ମାନହଟ୍ଟନର ଏକ ହୋଟେଲ ବାହାରେ ଗୁଳି ମାଡ କରାଯାଇଥିଲା । ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ମୃତ ବ୍ୟକ୍ତ ଜଣଙ୍କ ହେଉଛନ୍ତି ୟୁନାଇଟେଡ୍ ହେଲଥ କେୟାରର ସିଇଓ ବ୍ରାଏନ୍ ଥମ୍ପସନ୍ସ । ସେ ସକାଳ ପ୍ରାୟ ୬.୪୫ ସମୟରେ ମ୍ୟାନହଟନ୍ ହୋଟେଲ ବାହାରେ ଗୁଳି ଚଳାଇଥିଲେ । କମ୍ପାନୀର ବାର୍ଷିକ ନିବେଶକ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଏହି ହୋଟେଲକୁ ଆସିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ପୋଲିସ କହିଛି ଯେ ଗୁଳିମାଡ ପରେ ଆତାତାୟୀ ସେଠାରୁ ଫେରାର୍ ହୋଇଯାଇଛି ।
କହିରଖୁଛୁ ଯେ 'ୟୁନାଇଟେଡ୍ ହେଲଥ କେୟାର', ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ ଉପଲବ୍ଧୀ ହାସଲ କରିଛି । ବୁଧବାର ସକାଳେ ସେ ୟୁନାଇଟେଡ୍ ହେଲଥ କେୟାରର ସିଇଓ ନ୍ୟୁୟର୍କ ସହରରେ ନିବେଶକଙ୍କ ସହ ବାର୍ଷିକ ବୈଠକ କରିଥାନ୍ତେ । ସେଥିପାଇଁ ସେ ଏଠାକୁ ଆସିଥିଲେ।
ଘଟଣାର ସିସିଟିଭି ଫୁଟେଜର ଜଣାପଡିଛି କି, ଆକ୍ରମଣକାରୀ ହୋଟେଲ ବାହାରେ ବ୍ରାଏନ୍ ଥମ୍ପସନଙ୍କୁ ଅପେକ୍ଷା କରିଥିଲେ । ବ୍ରାଏନ୍ ସେଠାରେ ପହଞ୍ଚିବା ମାତ୍ରେ ଆକ୍ରମଣକାରୀ ତାଙ୍କୁ ଗୋଡ଼ାଇ ଗୁଳି ଚଳାଇଥିଲା । ଏହି ସମୟରେ ଆତତାୟୀଙ୍କ ବନ୍ଧୁକ ମଧ୍ୟ ଜାମ୍ ହୋଇଯାଏ । ତଥାପି ସେ ବନ୍ଧୁକକୁ କ୍ଲିନ କରି ପୁଣି ଥରେ ଗୁଳି ମାଡ କରିଥିଲା ।