ନୂଆଦିଲ୍ଲୀ ୨୨/୦୪: ପ୍ରକାଶ ପାଇଛି ଲୋକସେବା ଆୟୋଗ ଦ୍ୱାରା UPSC ଚୂଡ଼ାନ୍ତ ଫଳାଫଳ ୨୦୨୪ । ତେବେ IASରେ ଟପ୍ପର ହୋଇଛନ୍ତି ଶକ୍ତି ଦୁବେ । ସେହିଭଳି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ହର୍ଷିତା ଗୋୟଲ । ତୃତୀୟରେ ଡୋଙ୍ଗରେ ଅର୍ଚିତ୍ ପରାଗ, ଚତୁର୍ଥରେ ଶାହ ମାର୍ଗୀ ଚିରାଗ, ପଞ୍ଚମରେ ଆକାଶ ଗର୍ଗ ଅଛନ୍ତି ।
ସେହିଭଳି ପଛକୁ ରହିଛନ୍ତି କୋମଲ ପୁନିଆ, ଆୟୁଷୀ ବଂଶଲ, ରାଜ କୃଷ୍ଣ ଝା, ଆଦିତ୍ୟ ବିକ୍ରମ୍ ଅଗ୍ରଓ୍ୱାଲ, ମୟଙ୍କ ତ୍ରିପାଠୀ, ଇଟାବୋଇନା ସାଇ ଶିବାନୀ, ଆଶିଷ ଶର୍ମା, ହେମନ୍ତ, ଅଭିଷେକ ବଶିଷ୍ଠ, ବନ୍ନା ଭେଙ୍କଟେଶ୍, ମାଧବ ଅଗ୍ରଓ୍ୱାଲ, ସଂସ୍କୃତି ତ୍ରିବେଦୀ, ସୌମ୍ୟା ମିଶ୍ରା, ବିଭୋର ଭରଦ୍ୱାଜ, ତ୍ରିଲୋକ ସିଂହ ପ୍ରମୁଖ କୃତିତ୍ୱ ହାସଲ କରିଛନ୍ତି ।
ସେହିଭଳି ୪୮ତମ ସ୍ଥାନରେ ରହିଛନ୍ତି ଓଡ଼ିଶାର ରିତିକା ରଥ । ୯୫ତମ ସ୍ଥାନରେ ଦେବିକା ପ୍ରିୟଦର୍ଶିନୀ, ୯୬ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ, ୧୬୪ରେ ଦୀପ୍ତି ରଂଜନ ପତି, ୧୭୫ରେ ରଶ୍ମୀ ପ୍ରଧାନ,୧୯୩ରେ ନୀଳମାଧବ ମିଶ୍ର, ୧୯୮ରେ ଆଶୁତୋଷ ମିଶ୍ର ଓ ୨୧୨ ରାଙ୍କ୍ରେ ଅନୁପ ନାୟକ ରହିଛନ୍ତି। ତେବେ ସମସ୍ତ ପ୍ରାର୍ଥୀ upsc.gov.in କୁ ଯାଇ ଗୋଟିଏ କ୍ଲିକ୍ରେ ସେମାନଙ୍କର ଫଳାଫଳ ଦେଖିପାରିବେ।
UPSC CSE 2024 Final Results are out. Download the full PDF from our Telegram channel. pic.twitter.com/yQSt8nXEBe
— UPSC NOTES (@UPSC_Notes) April 22, 2025
ସାକ୍ଷାତକାର ଓ ମୁଖ୍ୟ ପରୀକ୍ଷାରେ ପ୍ରାପ୍ତ ମାର୍କ ଆଧାରରେ ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି । କମିଶନ ମୋଟ ୧୦୦୯ ଜଣ ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛନ୍ତି। ମନୋନୀତ ୧୦୦୯ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୫ ଜଣ ସାଧାରଣ ବର୍ଗର, ୧୦୯ ଜଣ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର (EWS), ୩୧୮ ଜଣ ଅନ୍ୟାନ୍ୟ ପଛୁଆ ବର୍ଗ (OBC), ୧୬୦ ଜଣ ଅନୁସୂଚିତ ଜାତି (SC) ଓ ୮୭ ଜଣ ଅନୁସୂଚିତ ଜନଜାତି (ST)। ଏଥିରେ ଚାରୋଟି ବର୍ଗର ୪୫ ଜଣ ଶାରିରୀକ ଅକ୍ଷମତା ବା ଦିବ୍ୟାଙ୍ଗ ପ୍ରାର୍ଥୀ ଅନ୍ତର୍ଭୁକ୍ତ।
ସାକ୍ଷାତକାର ୭ ଜାନୁଆରୀ ୨୦୨୫ ରୁ ୧୭ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ପରୀକ୍ଷା ସେପ୍ଟେମ୍ବର ୨୦୨୪ ରେ ଅନୁଷ୍ଠିତ ହୋଇଥିଲା । ସଫଳ ପ୍ରାର୍ଥୀମାନଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା। ସାକ୍ଷାତକାରରେ ମୋଟ ୨୮୪୫ ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ।