ମହଙ୍ଗା ପଡ଼ିଲା ଭାରତ ସହ ଶତ୍ରୁତା: ବାଂଲାଦେଶକୁ ସମସ୍ତ ସହାୟତା ତତ୍କାଳ ବନ୍ଦ କରିବାକୁ ଆମେରିକାର ନିର୍ଦ୍ଦେଶ

Published By : Prameya-News7 Bureau | January 27, 2025 IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଂଲାଦେଶ ବିରୋଧରେ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଟ୍ରମ୍ପ୍ ତତ୍କାଳ ବାଂଲାଦେଶକୁ ସମସ୍ତ ସହାୟତା ବନ୍ଦ କରିଦେଇଛନ୍ତି। ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ବାଂଲାଦେଶକୁ ସମସ୍ତ ସହାୟତା ତୁରନ୍ତ ସ୍ଥଗିତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି କ୍ରମରେ, ବାଂଲାଦେଶକୁ ଦିଆଯାଉଥିବା ସହାୟତା ବନ୍ଦ କରିବା ସହିତ, ସମସ୍ତ ପ୍ରକାରର ପ୍ରକଳ୍ପ ଉପରେ ମଧ୍ୟ ସ୍ଥଗିତାଦେଶ ଜାରି କରାଯାଇଛି। ଆଦେଶରେ କୁହାଯାଇଛି ଯେ ବାଂଲାଦେଶରେ ଚାଲିଥିବା ସମସ୍ତ କାମକୁ ମଧ୍ୟ ତତ୍କାଳ ବନ୍ଦ କରାଯାଉଛି। USAID ଏକ ଚିଠି ଜାରି କରି ଏହି ସୂଚନା ଦେଇଛି। ଏଥିରେ ଅନୁଦାନ ଏବଂ ଚୁକ୍ତିନାମା ସମେତ ସମସ୍ତ ସହାୟତା କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଦ କରିବାକୁ କୁହାଯାଇଛି।

ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ମାତ୍ରେ, ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବାଂଲାଦେଶରେ ହିନ୍ଦୁମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧ ପ୍ରସଙ୍ଗ ଉଠାଇ ବାଂଲାଦେଶ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ରମ୍ପ ପ୍ରଶାସନକୁ ଦାବି କରିଥିଲେ। ଏହାର କିଛି ଦିନ ମଧ୍ୟରେ, ଆମେରିକା ବାଂଲାଦେଶ ବିରୁଦ୍ଧରେ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। 

ତଥାପି, ୟୁଏସ ବାଂଲାଦେଶ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର କୌଣସି କାରଣ ଦେଇନାହିଁ। କିନ୍ତୁ ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ବାଂଲାଦେଶର ମହମ୍ମଦ ୟୁନୁସ୍ ସରକାରଙ୍କ ପାଇଁ ଏକ ବଡ଼ ଝଟ୍‌କା ବୋଲି କୁହାଯାଉଛି। USAID ଏକ ଆମେରିକୀୟ ସଂସ୍ଥା। ଯାହା ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ବିପର୍ଯ୍ୟୟ ଏବଂ ମାନବିକ ସହାୟତା ଭଳି ବିଭିନ୍ନ ଦେଶକୁ କୋଟି କୋଟି ଡଲାର ସହାୟତା ଯୋଗାଇଥାଏ। ଆମେରିକାର ଏହି ପଦକ୍ଷେପ ଯୋଗୁଁ ବାଂଲାଦେଶକୁ ଏକ ବଡ଼ ଝଟକା ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.