ଏଫଏମ ଛାତ୍ରୀ ଆତ୍ମାହୁତି ମାମଲାରେ ବର୍ଷିଲେ ବରିଷ୍ଠ ନେତା, ସରକାରଙ୍କ ଉପରେ ଲଦିଲେ ଦୋଷ

Published By : Prameya-News7 Bureau | July 18, 2025 IST

ଭୁବନେଶ୍ୱର ୧୮/୦୭: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲାରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ପରୋକ୍ଷ ଭାବେ ସରକାରଙ୍କ ଉପରେ ସବୁ ଦୋଷ ଲଦିଦେଲେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ କହିଲେ ସରକାର ଯେତେ ଗୁରୁତ୍ୱର ସହ ନେବା କଥା ନେଇନାହାନ୍ତି । ଯଦି ଗୁରୁତ୍ୱର ସହ ନେଇଥାନ୍ତେ ଘଟଣାଟି ଆଦୌ ଘଟିନଥାନ୍ତା । ଘଟଣାକୁ ବିରୋଧ କରି ସାରା ଓଡ଼ିଶାରେ ବନ୍ଦ, ପ୍ରତିବାଦ ମଧ୍ୟ ହୋଇସାରିଲାଣି । 

ଗୋଟିଏ କଥା ସ୍ପଷ୍ଟ ସାରା ଭାରତ ବର୍ଷରେ ଓଡ଼ିଶାକୁ ଲଜ୍ଜ୍ୟା ଆଉ ନିନ୍ଦା ସହିବାକୁ ପଡିଲା । ଯାହା ଓଡ଼ିଶା ପାଇଁ କଳଙ୍କିତ  ଅଧ୍ୟାୟ  ସୃଷ୍ଟି କଲା। ଆଉ ଏହା  କେବେ ଲିଭାଇ ହେବ ନାହିଁ । ଏହି ଅବପବାଦ ସବୁଦିନ ପାଇଁ  ରାଜ୍ୟ ସରକାରଙ୍କ ମୁଣ୍ଡ ଉପରେ ଖଣ୍ଡା ଭଳି ଝୁଲିକି ରହିବ । ବିଜେପି ଯେତେବେଳେ ବିରୋଧି ଦଳରେ ଥିଲା ସେତେବେଳେ  ପ୍ରତ୍ୟୋକ କଥାରେ ସିବିଆଇ ତଦନ୍ତ ଦାବି କରୁଥିଲେ । ଏବେ କଣ ପାଇଁ ସିବିଆଇକୁ ନିରପେକ୍ଷ ତଦନ୍ତ ପାଇଁ କହୁନାହାନ୍ତି ସରକାର।  

ନିରପେକ୍ଷ ତଦନ୍ତ ପାଇଁ ସରକାରଙ୍କ ଆଗ୍ରହ ନଥିବା ମନେହେଉଛି । ଏହି ଘଟଣାକୁ ସରକାର ଗୁରୁତ୍ବର ସହ ନେବାକୁ ଆଦୌ ରାଜି ନୁହଁନ୍ତି । ୧୨ ତାରିଖ ପୂର୍ବର ଘଟଣା ସବୁଠାରୁ ମୌଳିକ ପ୍ରଶ୍ନ । ସମସ୍ତଙ୍କ ଅଜ୍ଞାତରେ କେବେ ଏହି ଘଟଣା ଘଟିନାହିଁ । ସମସ୍ତଙ୍କ ଜ୍ଞାନ୍ତସାରେ ଏହା ଘଟିଛି। ସମସ୍ତଙ୍କୁ ଜଣାଇଥିଲେ  ଛାତ୍ରୀ । ଜିଲ୍ଲାପ୍ରଶାସନଠୁ ଆରମ୍ଭ କରି  ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏଘଟଣାକୁ ଜାଣିଥିଲେ । କିନ୍ତୁ କେହି ଆକଳନ କରିପାରିଲେନି ଘଟଣାଟା ପ୍ରକୃତରେ କେଉଁ ଦିଗକୁ ଯାଉଛି। ଯଦି ଆକଳନ ଠିକ୍‌  କରିଥାନ୍ତେ ହୁଏତ ଏଫଏମ୍‌ ଛାତ୍ରୀ ଜଣଙ୍କର ଜୀବନ ରକ୍ଷା ହୋଇଯାଇଥାନ୍ତା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.