ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଅସୁସ୍ଥ । ହଠାତ୍ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଶନିବାର ବିଳମ୍ବିତ ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଶୋଇବା ସମୟରେ ନିଶ୍ବାସ ନେବାରେ ସମସ୍ୟା ହୋଇଥିଲା । ପରିବାର ଲୋକ ତାଙ୍କୁ ରାତି ପ୍ରାୟ ୨ଟାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏମ୍ସର ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଉପରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ବର୍ତ୍ତମାନ ସମୟରେ ଧନଖଡଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
उपराष्ट्रपति जगदीप धनखड़ को सुबह-सुबह AIIMS दिल्ली के कार्डियक विभाग में भर्ती कराया गया। उनकी हालत स्थिर है और उन्हें निगरानी में रखा गया है: AIIMS अस्पताल सूत्र
— ANI_HindiNews (@AHindinews) March 9, 2025
ଏଏନଆଇ ନ୍ୟୁଜ୍ ଏଜେନ୍ସି ମୁତାବକ, ହସ୍ପିଟାଲରୁ ସୂତ୍ରରୁ କୁହାଯାଇଛି, ୭୩ ବର୍ଷୀୟ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ରବିବାର ଭୋରରୁ ଦିଲ୍ଲୀ ଏମ୍ସର ହୃଦଘାତ ବିଭାଗରେ ଭର୍ତ୍ତି କରାଯାଇଛି । କାର୍ଡିଓଲୋଜି ବିଭାଗର ଏତଓଡି ଡାକ୍ତର ରାଜୀବ ନାରଙ୍ଗ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି । କ୍ରିଟିକାଲ୍ କେୟାର ୟୁନିଟରେ ତାଙ୍କୁ ରଖାଯାଇଛି । ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ସ୍ବାସ୍ଥ୍ୟାବସ୍ଥାର ସୂଚନା ନେବାକୁ ଦିଲ୍ଲୀ ଏମ୍ସରେ ପହଞ୍ଚିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେ ଡାକ୍ତରଙ୍କ ଠାରୁ ଧନଖଡଙ୍କ ସ୍ବାସ୍ଥ୍ୟ ବାବଦରେ ପଚାରିବୁଝିଛନ୍ତି ।