ମହାକୁମ୍ଭ ବେଳେ ପ୍ରୟାଗରାଜର ଜଳ ସ୍ନାନ ପାଇଁ ଉପଯୁକ୍ତ ଥିଲା: ପ୍ରଦୂଷଣ ବୋର୍ଡର ନୂଆ ରିପୋର୍ଟ

Published By : Prameya-News7 Bureau | March 09, 2025 IST

indiatoday

ନୂଆଦିଲ୍ଲୀ: ମହାକୁମ୍ଭ ସମୟରେ ପ୍ରୟାଗରାଜରେ ଗଙ୍ଗା ଏବଂ ଯମୁନା ନଦୀର ଜଳ ସ୍ନାନ ପାଇଁ ଉପଯୁକ୍ତ ଥିଲା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦ୍ୟତମ ରିପୋର୍ଟରେ ଏଭଳି ସୂଚନା ଦେଇଛି। ତଥ୍ୟ ବିଶ୍ଳେଷଣ ପରେ, ଜଳର ମାନ ସମସ୍ତ ପ୍ରମୁଖ ପାରାମିଟର ପୂରଣ କରିଛି ବୋଲି ରିପୋର୍ଟରେ କୁହାଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ରିପୋର୍ଟକୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍‌ଜିଟି)କୁ ଦାଖଲ କରିଛି।

ଏନଜିଟିରେ ଦାଖଲ ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ ଡାଟା ଭେରିୟବିଲିଟି ଯୋଗୁ ଷ୍ଟାଷ୍ଟିକାଲ ଏନାଲିସିସ ଆବଶ୍ୟକ ଥିଲା, କାରଣ ବିଭିନ୍ନ ସ୍ଥାନରେ ବିଭିନ୍ନ ତାରିଖରେ ଏବଂ ଗୋଟିଏ ଦିନରେ ମଧ୍ୟ ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରାଯାଇଥିଲା। ଏହି କାରଣରୁ, ଜଳ ନମୁନାରୁ ସମଗ୍ର ନଦୀର ଜଳ ଗୁଣବତ୍ତା ସଠିକ୍ ଭାବରେ ମୂଲ୍ୟାଙ୍କନ କରାଯାଇ ପାରିଲା ନାହିଁ ବୋଲି ସିପିସିବି କହିଛି।

ପଢନ୍ତୁ-  ତିରୁପତି ମନ୍ଦିର ପ୍ରସାଦ ମେନୁରେ ଯୋଡି ହେଲା ନୂଆ ଆଇଟମ, ପସନ୍ଦ କରିବେ ଭକ୍ତ

ସିପିସିବର ସଦ୍ୟତମ ରିପୋର୍ଟ ଫେବୃଆରୀ ୨୮ ତାରିଖରେ ପ୍ରସ୍ତୁତ ହୋଇଥିବା ବେଳେ ମାର୍ଚ୍ଚ ୭ ତାରିଖରେ ଏହାକୁ ଏନ୍‌ଜିଟି ୱେବସାଇଟରେ ଅପଲୋଡ୍ କରାଯାଇଥିଲା। ଜାନୁଆରୀ ୧୨ ତାରିଖରୁ ମହାକୁମ୍ଭ ସମୟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପ୍ରତି ସପ୍ତାହରେ ଦୁଇଥର ଜଳର ତଦାରଖ କରିଥିଲା। ଗଙ୍ଗା ନଦୀର ପାଞ୍ଚଟି ସ୍ଥାନରେ ଏବଂ ଯମୁନା ନଦୀର ଦୁଇଟି ସ୍ଥାନରେ ବିଶେଷଜ୍ଞ କମିଟି ଦ୍ୱାରା ଯାଞ୍ଚ କରାଯାଇଥିଲା।

ଏହା ପୂର୍ବରୁ ପ୍ରୟାଗରାଜର ଜଳ କିଛି କିଛି ସ୍ଥାନରେ ସ୍ନାନ ପାଇଁ ଉପଯୁକ୍ତ ନଥିବା ସିପିସିବି ରିପୋର୍ଟ ଦେଇଥିଲା ଯାହାକୁ ନେଇ ଅନେକ ବିବାଦ ମଧ୍ୟ ଉଠିଥିଲା। ସ୍ନାନ କଲେ ଲୋକମାନେ ଅସୁସ୍ଥ ହୋଇପାରନ୍ତି ବୋଲି କୁହାଯାଉଥିଲା। ଯାହାକୁ ନେଇ ବିରୋଧୀ ଉତ୍ତର ପ୍ରଦେଶ ସରକାରଙ୍କୁ ସମାଲୋଚନା କରିଥିଲେ। 

ଫେବୃଆରୀ ୧୭ ତାରିଖରେ, ସିପିସିବି ଏନଜିଟିକୁ ପ୍ରୟାଗରାଜ ଜଳ ପ୍ରଦୂଷଣ ଥିବା ଦର୍ଶାଇଥିଲା। ବିଭିନ୍ନ ସ୍ଥାନରେ ଜଳର ଗୁଣବତ୍ତା ସମୟ ସମୟରେ ସ୍ନାନ ପାଇଁ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛି। ପାଣିର ମାନ ଗାଧୋଇବା ପାଇଁ ଉପଯୁକ୍ତ ନୁହେଁ ବୋଲି ସିପିସିବି କହିଥିଲା। ଯାହାକୁ ନେଇ ଦେଶରେ ପ୍ରବଳ ହୋହଲ୍ଲା ହୋଇଥିଲା। 

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.