ଲରେନ୍ସ ବିଶ୍ନୋଇ ଉପରେ ନିର୍ମାଣ ହେବ ୱେବ ସିରିଜ, ଖୁବଶୀଘ୍ର ଆସିପାରେ ପୋଷ୍ଟର

Published By : Prameya-News7 Bureau | October 19, 2024 IST

indiatoday

ମୁମ୍ବାଇ: ବାବା ସିଦ୍ଦିକିଙ୍କ ମୃତ୍ୟୁ ପାଇଁ ଦାୟୀ ଏବଂ ସଲମାନ ଖାନଙ୍କୁ ଲଗାତାର ଧମକ ଦେଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଉପରେ ତିଆରି ହେବ ଓ୍ବେବ ସିରିଜ୍‌ । ଇଣ୍ଡିଆନ ମୋସନ ପିକଚର୍ସ ଆସୋସିଏସନ ପକ୍ଷରୁ ଏହି ଓ୍ବେବ ସିରିଜକୁ ଅନୁମତି ମିଳିଥିବା ନେଇ କୁହାଯାଉଥିବାବେଳେ ଜାନୀ ଫାୟାରଫକ୍ସ ଫିଲ୍ମ ପ୍ରୋଡକ୍ସନ ଏହାର ନିର୍ମାଣ କରୁଛି।

ସିରିଜର ଟାଇଟଲ ‘ଲରେନ୍ସ-ଏ- ଗ୍ୟାଙ୍ଗଷ୍ଟର’ ଦିଆଯାଇଛି। ଏହି ଓ୍ବେବ ସିରିଜରେ ଲରେନ୍ସର ଜୀବନ ଉପରେ ଉପରେ ପର୍ଯ୍ୟବେସିତ ହେବ। ଏଥିରେ ସେ କିଭଳି ଗ୍ୟାଙ୍ଗଷ୍ଟର ହୋଇଥିଲା ଏବଂ  କିଭଳି ସେ ତା’ର ସାମ୍ରାଜ୍ୟ ତିଆରି କରିଛି ? ତାହା ଦେଖିବାକୁ ମିଳିବ। ଅବଶ୍ୟ ଲରେନ୍ସ ଭୂମିକାରେ କିଏ ନଜର ଆସିବେ ତାହା ଜଣାପଡ଼ିନାହିଁ। ତେବେ ଦୀପାବଳି ବେଳକୁ ଏହାର ପୋଷ୍ଟର ଆସିବା ନେଇ ଅନୁମାନ କରାଯାଉଛି। 

ଜାନୀ ପ୍ରୋଡକ୍ସନର ମୁଖ୍ୟ ଅମିତ ଜାନୀ କହିଛନ୍ତି ଏହାର ଉଦ୍ଦେଶ୍ୟ ଦର୍ଶକଙ୍କୁ ଏହି ସିରିଜ ମାଧ୍ୟମରେ ଏକ ପ୍ରକୃତ ଘଟଣା ସହ ଯୋଡ଼ିବା। ଜାନୀ ଏହା ପୂବର୍ରୁ ‘ଏ ଟେଲର ମର୍ଡର ଷ୍ଟୋରୀ’ ମଧ୍ୟ ନିର୍ମାଣ କରିଥିଲେ। ଯାହା ଉଦୟପୁରର ଟେଲର କହ୍ନେୟା ଲାଲଙ୍କ ଉପରେ ଆଧାରିତ। କହ୍ନେୟାଙ୍କୁ ୨୦୨୨ରେ ତାଙ୍କ ଦୋକାନରେ ହତ୍ୟା କରାଯାଇଥିଲା। ଏହା ବାଦ୍ ପାକିସ୍ତାନୀ ମହିଳା ସୀମା ହାଇଦର ଉପରେ ଆଧାରିତ ‘କରାଚୀ ଟୁ ନୋଏଡା’ ମଧ୍ୟ ତିଆରି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.