ବାବା ବିଶ୍ୱେଶ୍ବରଙ୍କ ବିବାହ ସମ୍ପନ୍ନ, ବରଯାତ୍ରୀରେ ସାମିଲ ହେଲେ ହଜାର ହଜାର ଭକ୍ତ

Published By : Prameya-News7 Bureau | June 11, 2024 IST

ବିନିକା ୧୧।୬: ଶୀତଳଷଷ୍ଠୀ ପାଇଁ ଚାରିଆଡେ଼ ଉତ୍ସବ ମୁଖର l ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଠାରେ ବାବା ବିଶ୍ବେଶ୍ବରଙ୍କ ବିବାହ ସମ୍ପନ୍ନ ହୋଇଛି । ପ୍ରଥରେ ଶୀତଳଷଷ୍ଠୀ ଯାତ୍ରା ପାଇଁ ଶେଷ ହୋଇଥିଲା ବାବା ବିଶ୍ୱେଶ୍ୱରଙ୍କ ବରଯାତ୍ରୀ କାର୍ଯ୍ୟକ୍ରମ l ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ଏହି ବିବାହ ଉତ୍ସବ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ l ବିନିକା ସହରରେ ବାବା ବିଶ୍ୱେଶ୍ୱର ଓ ମାତା ପାର୍ବତୀଙ୍କ ବିବାହ ପାଇଁ ଉତ୍ସବ ମୁଖର ହୋଇଉଠିଥିଲା ପରିବେଶ l ବିଶ୍ୱେଶ୍ୱର ବାବାଙ୍କ ପିତା ମାତାଙ୍କ ସହ ହଜାର ହଜାର ପୁରୁଷ ମହିଳା ବର ପକ୍ଷରୁ ବରଯାତ୍ରୀରେ ସାମିଲ ହୋଇଥିଲେ l ବିବାହ ଉତ୍ସବ ରୀତିନୀତି ଅନୁସାରେ ମହାଦେବ ଓ ପାର୍ବତୀଙ୍କ ହାତଗଣ୍ଠି ପଡିଛି । ବାବା ବିଶ୍ୱେଶ୍ୱରଙ୍କ ବରଯାତ୍ରୀରେ ବିଭିନ୍ନ ପ୍ରକାର ନୃତ୍ୟ, ଗୀତରେ ଝୁମିଥିଲେ ହଜାର ହଜାର ଭକ୍ତ l ବାବା ବିଶ୍ୱେଶ୍ବରଙ୍କ ବରଯାତ୍ରୀରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

You Can Read :

ବିବାହ ବନ୍ଧନରେ ବାନ୍ଧିହେଲେ ଏକାମ୍ର ଅଧୀଶ୍ୱର ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ମା’ଗୌରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.