ଆଠଗଡ଼ ୦୬।୦୨ : ଚୋରା କୋଇଲା ଡିପୋରେ ଚଢାଉ । ଆଠଗଡ଼ ଖୁଣ୍ଟୁଣୀ ଥାନା ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଚୋରା କୋଇଲା ଡିପୋ ଉପରେ ଚଢାଉ ହୋଇଛି । ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଚଢାଉ କରି ଦୁଇ ମିନି ଟ୍ରକ ସହ ୧୪ ଜଣଙ୍କ ଅଟକ ରଖିଛି ଟିମ୍ ।
ଖବର ଅନୁଯାୟୀ, କୌଣସି ସୁତ୍ରରୁ ଖବର ପାଇ କଟକ ସମ୍ବଲପୁରକୁ ସଂଯୋଗ କରୁଥିବା ୫୫ ନମ୍ବର ଜାତୀୟ ରାଜପଥର ବିଭିନ୍ନ ଟ୍ରକରୁ ଚୋରା କୋଇଲା ଖାଲି କରୁଥିବା ମାଡି ବସିଲା ସ୍ପେଶାଲ ସ୍କ୍ୱାର୍ଡ । ଦୁଇଟି ମିନି ଟ୍ରକ ସହ ଦୁଇ ମୁଖ୍ୟ ଚୋରା କୋଇଲା ମାଫିଆଙ୍କ ସହ ୧୪ ଜଣଙ୍କୁ କାବୁ କରି ଖୁଣ୍ଟୁଣୀ ଥାନାରେ ଅଟକ ରଖାଯାଇଛି । ପ୍ରତିଦିନ ଶହ ଶହ କୁଇଣ୍ଟାଲ୍ ଚୋରା କୋଇଲା ଖୁଣ୍ଟୁଣୀ ଅଞ୍ଚଳରୁ ବିଭିନ୍ନ ଜାଗାକୁ ସ୍ଥାନାନ୍ତର କରାଯାଉଥିବାର ଅଭିଯୋଗ ପୂର୍ବରୁ ଆସିଥିଲା । ବିଭିନ୍ନ ଆଳରେ କୋଇଲା ଟ୍ରକ ଡ୍ରାଇଭରଙ୍କୁ ପ୍ରଲୋଭନ ଦେଖାଇ ମୁଖ୍ୟ କୋଇଲା ମାଫିଆମାନେ ଟ୍ରକରୁ ଚୋରା କୋଇଲା ଖାଲି କରି ସ୍ଥାନୀୟ ଜଙ୍ଗଲରେ ମଧ୍ୟରେ ଗଚ୍ଛିତ ରଖି ବିକ୍ରି କରୁଥିଲେ । ଯାହାର ଟେର୍ ପାଉନଥିଲା ସ୍ଥାନୀୟ ପ୍ରଶାସନ । କିନ୍ତୁ କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଦୀର୍ଘ ଦିନ ଧରି ଚୋରା କୋଇଲା ମାଫିଆଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା । ଯାହାକି ଆଜି କୋଇଲା ଗାଡି ଏବଂ କୋଇଲା ମାଫିଆଙ୍କ ସହ ଦୁଇ ମିନି ଟ୍ରକ ଜବତ କରିବାରେ ସଫଳ ପାଇଛି ଏହି ସ୍ୱତନ୍ତ୍ର ଟିମ୍ ।ସମସ୍ତଙ୍କ ଖୁଣ୍ଟୁଣୀ ଥାନାରେ ଅଟକ ରଖି ଜେରା କରୁଛି ପୋଲିସ ।