ଆନନ୍ଦପୁର ୦୬/୦୨: ଚିକିତ୍ସା ପାଇଁ ଡାକ୍ତରଖାନା ଆସିଥିଲେ । ହେଲେ ଡାକ୍ତରଖାନା ଛାତରୁ ପଡି ରୋଗୀଙ୍କ ମୃତ୍ୟ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ । ଡାଇଲିସିସ୍ ପାଇଁ ଡାକ୍ତରଖାନାକୁ ଆସିଥିବା ଆନନ୍ଦପୁର ଥାନା କଣ୍ଟିପାଳ ଗାଁ ବିଜୟ କୁମାର ବାରିକ୍ ଙ୍କର ଡାଇଲିସିସ୍ ଓ୍ୱାଡ୍ ପ୍ରଥମ ମହଲା ଛାତରୁ ପଡି ମୃତ୍ୟୁ ହୋଇଛି ।
ସକାଳୁ ବିଜୟଙ୍କୁ ସାଙ୍ଗରେ ନେଇ ପତ୍ନୀ ଶାନ୍ତିଲତା ଡାଇଲିସିସ୍ ପାଇଁ ଡାକ୍ତରଖାନା ଆସିଥିଲେ । ତାଙ୍କ ସିରିଏଲ୍ ପଡିବାରେ ଚିକେ ବିଳମ୍ବ ହୋଇଥିଲା । ଏହି ସମୟରେ ବିଜୟଙ୍କୁ ଭୋକ ଲାଗିବାରୁ ପତ୍ନୀ ତାଙ୍କପାଇଁ କିଛି ଖାଇବାକୁ ଆଣିବାକୁ ଯାଇଥିଲେ । ହେଲେ ଫେରିବା ସମୟରେ ବିଜୟଙ୍କୁ ଆଉ ପାଇନଥିଲେ ।
ବହୁ ଖୋଜିଖୋଜି କରିବାପରେ ଓ୍ବାର୍ଡର ଟୟଲେଟ୍କୁ ଲାଗିଥିବା ଗୋଟିଏ ଗେଟ୍, ଯାହାକି ଓ୍ୱାର୍ଡ ପଛପଟକୁ ଖୋଲିଥାଏ । ସେହି ଛାତ ତଳେ ବିଜୟ ପଡିଥିବା ଦେଖିଥିଲେ । ସେଠାରୁ ତାଙ୍କୁ ଡାକ୍ତରଖାନା କର୍ମଚାରୀ ମାନେ ଉଦ୍ଧାର କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ଖବରପାଇ ଘଷିପୁରା ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ବିଜୟ ବୁଧବାର ରାତିରୁ ଖାଇନଥିଲେ ଓ ସେ ବାଥରୁମ୍ ବଦଳରେ ଭୁଲ୍ରେ ଅନ୍ୟ ଦ୍ୱାର ଖୋଲି ସେଠାର ଛାତକୁ ଯାଇଥିଲେ । ତେବେ ମୁଣ୍ଡ ବୁଲାଇବାରୁ ସେ ତଳକୁ ଖସିପଡିଥିବା କହିଛନ୍ତି ପତ୍ନି ଶାନ୍ତିଲତା ।
also read...
କ୍ୟାନ୍ସର୍ ବିଜେତାଙ୍କୁ ସୁମା ରିୟଲ ମିଡିଆ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା