ସମ୍ବଲପୁର ୧୨।୧୨: ସମ୍ବଲପୁରରେ ପଶ୍ଚିମବଙ୍ଗ ନମ୍ବର ଥିବା ଧାନ ବୋଝେଇ ଟ୍ରକ । ଧାନ ମିଲ୍ ସାମ୍ନାରେ ଟ୍ରକ୍ ରଖି ଡ୍ରାଇଭର ଫେରାର । ଯୋଗାଣ ବିଭାଗକୁ ଖବର ଦେଲେ ଚାଷୀ । ଖବର ପାଇ ଯୋଗାଣ ବିଭାଗର ୩ ଜଣିଆ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।
ସୂଚନାଯୋଗ୍ୟ ଯେ, ସମ୍ବଲପୁର ସାତୁପାଲି ସ୍ଥିତ ଏକ ରାଇସ୍ ମିଲ୍ ସାମ୍ନାରେ ପଶ୍ଚିମବଙ୍ଗ ନମ୍ବର ଥିବା ଧାନ ଗାଡି ଦେଖି ଚାଷୀ ପାଖକୁ ଯାଇଥିଲେ । ଚାଷୀଙ୍କୁ ଦେଖି ଡ୍ରାଇଭର ଗାଡି ରଖି ଫେରାର ମାରିଛି । ଏ ନେଇ ଅଧିକ ଖୋଳତାଡ଼ ଚାଲିଛି । କେମିତି ପଶ୍ଚିମବଙ୍ଗ ଟ୍ରକ୍ ଧାନ ମିଲ୍କୁ ଆସିଲା ତାର ଛାନଭିନ୍ ଆରମ୍ଭ ହୋଇଛି ।
You Can Read:
ଯାଜପୁର ବିରଜା ହାଟ ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ : ଆସନ୍ତା ରବିବାର ଖୋଲିବ ପୁରୁଣା ହାଟ