ଯାଜପୁର ୧୨।୧୨: ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ । ଆସନ୍ତା ରବିବାର ଠାରୁ ଅସ୍ଥାୟୀ ଭାବେ ହାଟ ଚାଲିବାକୁ ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବା ସୂଚନା ଦେଲେ ଯାଜପୁର ଜିଲ୍ଲାପାଳ । ହାଟ ବିବାଦ ସମାଧାନ ପାଇଁ ଉଭୟ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ସହ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ମନ୍ଦିର ସେବାୟତ ମାନଙ୍କୁ ନେଇ ଗତ ସପ୍ତାହରେ ବୈଠକ ବସିଥିଲା । ପୁଣି ଆଜି ଅନୁଷ୍ଠିତ ବୈଠକରେ ହାଟ ପୁରୁଣା ସ୍ଥାନ ବିରଜା ମନ୍ଦିର ନିକଟକୁ ଫେରିବା ସହ ଆସନ୍ତା ରବିବାର ଠାରୁ ହାଟ ଖୋଲିବାକୁ ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ କହଛନ୍ତି । ହାଟ ସହ ମନ୍ଦିର ପ୍ରକଳ୍ପ କାର୍ଯ୍ୟକୁ ଅଗ୍ରଗତି କରିବା ପାଇଁ ନିଷ୍ପତ୍ତି ହୋଇଛି । ଯାହାକୁ ନେଇ ଚାଷୀ ଓ ବ୍ୟବସାୟୀ ନିଜର ଦାବି ପୂରଣ ହୋଇଥିବା କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ୨୦୨୪ ଜାନୁଆରୀ ୧୯ ତାରିଖ ଦିନ ବିରଜା ହାଟକୁ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ପାଇଁ ସନ୍ଥ ମାଧବ ଅଞ୍ଚଳକୁ ସ୍ଥାନାନ୍ତରିତ କରାଯାଇଥିଲା । ସରକାର ବଦଳିବା ପରେ ଚାଷୀ ଓ ବ୍ୟବସାୟୀ ପୁରୁଣା ଜାଗା ଅର୍ଥାତ ମନ୍ଦିର ନିକଟ ହାଟକୁ ଫେରିବା ପାଇଁ ଦାବିକରି ବସିଥିଲେ । ଯାହାକୁ ନେଇ ବିଧାୟକଙ୍କ ଉପରେ ଆକ୍ରମଣ ଓ ଥାନା ଘେରାଉ ଘଟଣା, ବିରଜା ହାଟରେ ବିବାଦ ଉପୁଜିଥିବା ସହ ରାସ୍ତାରୋକ ଭଳି ବିବାଦ ଦେଖାଦେଇଥିଲା । ତେଣୁ ଏହାର ସମାଧାନ ପାଇଁ ପ୍ରଶାସନ ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରିବା ପରେ ହାଟ ପୁଣି ପୁରୁଣା ଜାଗାକୁ ଫେରିବ ବୋଲି ନିତ୍ତି ହୋଇଥିବା ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ କହିଛନ୍ତି । ସେପଟରେ ଚାଷୀ ଓ ବ୍ୟବସାୟୀ ମଧ୍ୟ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।
You Can Read:
ସାମ୍ନା କାଚ ନଥାଇ ହେଉଥିଲା ଯାତ୍ରୀ ପରିବହନ, ଫିଟନେସ୍ ବାତିଲ ସହ ବସ୍ ସିଜ୍