ବାଲିପାଟଣା ୫।୨: ବାଲିପାଟଣା ତହସିଲ, ବାଲିପାଟଣା ପୋଲିସ ଏବଂ ଖଣି ବିଭାଗର ମିଳିତ ଚଢାଉ । ଚଢାଉ ବେଳେ ୫ଟି ବାଲି ବୋଝେଇ ହାଇୱା ଜବତ ହୋଇଛି । ରାଜଧାନୀ ଉପକଣ୍ଠର ବିଭିନ୍ନ ଅଞ୍ଚଳରେ ଚଢାଉ କରି ଏସବୁ ହାଇୱାକୁ ଜବତ କରିଛି ପୋଲିସ । ଚଢାଉରେ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଜଣାପଡ଼ିଥିଲା । ଆବଶ୍ୟକ କେ ଫର୍ମ ନଥିବାରୁ ୫ ହାଇୱାକୁ ଜବତ କରାଯାଇଛି ।
ବାଲିପାଟଣା ଏବଂ ବାଲିଅନ୍ତା ଅଞ୍ଚଳରେ ବେଆଇନ ଭାବେ ହାଇୱା ଯୋଗେ ଚୋରା ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା । ଅଭିଯୋଗ ପରେ ବାଲିପାଟଣା ଏବଂ ବାଲିଅନ୍ତା ପୋଲିସ ତତ୍ପର ହେଇଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ବାଲିପାଟଣା ପୋଲିସ, ବାଲିପାଟଣା ତହସିଲ ଏବଂ ଖଣି ସମ୍ପଦ ଅଧିକାରୀ ମିଳିତ ଭାବେ ଚଢାଉ କରିଥିଲେ ।
You Can Read:
ସରକାରୀ ଯୋଜନାରେ ସାମିଲ କର ନଚେତ୍ ସରକାରୀ ଚାକିରି ଦିଅ, ତାଙ୍କ କାଗଜପତ୍ର ଦେଇ ଭାଇ ଚାକିରି ହାତେଇଥିବା ଅଭିଯୋଗ