ପୁରୀ ୦୫।୦୨ : ପୁରୀରେ ଷୋଡ଼ଶ ଅର୍ଥ କମିଶନ । ବଡ଼ଦେଉଳ ଯାଇ ବଡ଼ଠାକୁରଙ୍କୁ ଦର୍ଶନ କରିଛନ୍ତି ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ ଅରବିନ୍ଦ ପାନଗାରିଆ ଓ ୧୫ ଜଣିଆ ଟିମ୍। ସ୍ଥାନୀୟ ପ୍ରଶାସନ ପକ୍ଷରୁ କରାଗଲା ସ୍ୱାଗତ ।
ଖବର ଅନୁଯାୟୀ, ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଷୋଡ଼ଶ ଅର୍ଥ କମିଶନ । ଏଥିରେ କମିଶନ ଅଧ୍ୟକ୍ଷ ଡ ଅରବିନ୍ଦ ପାନଗାରିଆ ଓ ୧୫ ଜଣିଆ ସଦସ୍ୟ ମଧ୍ୟ ଆସିଛନ୍ତି । ଏହିକ୍ରମରେ ବୁଧବାର ଦିନ ମଧ୍ୟାହ୍ନ ସମୟରେ ଷୋଡ଼ଶ ଅର୍ଥ କମିଶନ ଏବଂ ୧୫ ଜଣିଆ ଟିମ୍ ପୁରୀ ଗସ୍ତ କରିଥିଲେ । ପୁରୀ ଏସ୍ପି ସମସ୍ତଙ୍କୁ ସ୍ୱାଗତ କରିବା ସହ ଶ୍ରୀମନ୍ଦିର ଅଭିମୁଖେ ପାଛୋଟି ନେଇଥିଲେ । ଏହାପରେ ସମସ୍ତେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଏହି ଅବସୟରେ ପୁରୀ ଜିଲ୍ଲାପାଳ, ଏସ୍ପି, ଶ୍ରୀମନ୍ଦିର ପ୍ରଶାସନର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ତେବେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନର କାର୍ଯ୍ୟକ୍ରମ ରହିଛି ।
ଚାମ୍ପିଅନ୍ସ ଟ୍ରଫି ପରେ ଅବସର ନେବେ କି ଭାରତୀୟ ଅଧିନାୟକ ? ରୋହିତଙ୍କଠାରୁ ଜବାବ ମାଗିଲା ବିସିସିଆଇ