ଅନୁଚ୍ଛେଦ ୧୪୨ କ’ଣ ? କାହିଁକି ଏହାକୁ ପରମାଣୁ ମିସାଇଲ୍ କହିଲେ ଉପରାଷ୍ଟ୍ରପତି

Published By : Prameya-News7 Bureau | April 18, 2025 IST

ନୂଆଦିଲ୍ଲୀ: ବିତାରପତି କ’ଣ ‘ସୁପର ସଂସଦ’? ରାଷ୍ଟ୍ରପତିଙ୍କୁ ଆଦେଶ ଦେଇ ପାରିବେ ନାହିଁ ଅଦାଲତ । ‘ଧାରା-୧୪୨’ ପାଲଟିଛି ପରମାଣୁ ମିସାଇଲ୍ । ସୁପ୍ରିମକୋର୍ଟଙ୍କ କ୍ଷମତାକୁ ନେଇ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ । ସେ ଗୁରୁବାର ଏକ କାର୍ଯ୍ୟକ୍ରମରେ ସର୍ବୋଚ୍ଚ ଅଦାଲତଙ୍କ କ୍ଷମତାକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଗଣତନ୍ତ୍ରଣରେ ଏପରି କିଛି ପରିସ୍ଥିତି ସୃଷ୍ଟି ନହେଉ, ଯେଉଁଠି ସୁପ୍ରିମକୋର୍ଟ ଦେଶର ସର୍ବୋଚ୍ଚ ପଦଧାରୀଙ୍କୁ ଆଦେଶ କିମ୍ବା ନିର୍ଦ୍ଦେଶ ଦିଅନ୍ତୁ । ସମ୍ବିଧାନର ଧାରା ୧୪୨କୁ ଗାଣତାନ୍ତ୍ରିକ ଶକ୍ତି ବିରୋଧରେ ପରମାଣୁ ଅସ୍ତ୍ର ଭଳି ବ୍ୟବହାର କରାଯାଉଛି । ଏଥିପାଇଁ ନ୍ୟାଳପାଳିକା ପାଇଁ ୨୪×୭ ଉପଲବ୍ଧ ରହିଛି । ବିଚାରପତିମାନେ ବର୍ତ୍ତମାନ ସୁପର ପାର୍ଲିଆମେଣ୍ଟ ଭଳି କାର୍ଯ୍ୟ କରୁଛନ୍ତି, ଯାହା ଚିନ୍ତାଜନକ ବୋଲି ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ କହିଛନ୍ତି ।

ଅନୁଚ୍ଛେଦ ୧୪୨ କ’ଣ ?

ସୁପ୍ରିମକୋର୍ଟଙ୍କ କ୍ଷମତାକୁ ନେଇ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ କଡ଼ା ସମାଲୋଚନା କରିବା ପରେ ଏଠି ପ୍ରଶ୍ନ ଉଠୁଛି ଅନୁଚ୍ଛେଦ ୧୪୨ କ’ଣ ? ଭାରତୀୟ ସମ୍ବିଧାନ ଅନୁଯାୟୀ, ଅନୁଚ୍ଛେଦ ୧୪୨ ଆଧାରରେ ସୁପ୍ରିମକୋର୍ଟଙ୍କୁ ସ୍ବତନ୍ତ୍ର କ୍ଷମତା ମିଳିଥାଏ । କୌଣସି ମାମଲାରେ ଅଦାଲତ ପୂର୍ଣ୍ଣ ନ୍ୟାୟ ପାଇଁ ନିର୍ଦ୍ଦେଶ, ଆଦେଶ ବା ନିଷ୍ପତ୍ତି ନେଇପାରିବେ । ପାର୍ଲିଆମେଣ୍ଟ ଦ୍ବାରା ତିଆରି ହୋଇଥିବା ଆଇନ୍ ହେଉ କି ଅନ୍ୟ କିଛି ମାମଲା ହେଉ । ସମ୍ବିଧାନରେ କୁହାଯାଇଛି, ଅନୁଚ୍ଛେଦ ୧୪୨ର ଶକ୍ତି ଓ ଅଧିକାରକୁ ବ୍ୟବହାର କରି ସୁପ୍ରିମକୋର୍ଟ ଏଭଳି ଡିଗ୍ରୀ ପାରିତ କରିପାରିବେ ବା ଆଦେଶ ଦେଇପାରିବେ ଯାହା ତାଙ୍କ ସମକ୍ଷ କୌଣସି ମାମଲାରେ ପୂର୍ଣ୍ଣ ନ୍ୟାୟ ପାଇଁ ଜରୁରୀ ହୋଇଥିବ ।

ଅନୁଚ୍ଛେଦ ୧୪୨ରୁ ମିଳୁଥିବା ସ୍ବତନ୍ତ୍ର ଅଧିକାରୀକୁ ବ୍ୟବହାର କରି ସୁପ୍ରିମକୋର୍ଟ କୌଣସି ବ୍ୟକ୍ତିଙ୍କୁ ଅଦାଲତକୁ ଡାକି ଜରୁରୀ ଦସ୍ତାବିଜ୍ ପାଇଁ ତଲବ କରିପାରିବେ । ଯଦି ଏହାକୁ ଅବମାନନା କରାଯାଏ, ତେବେ ତାଙ୍କ ବିରୋଧରେ ଯାଞ୍ଚ କରିପାରିବେ ଏବଂ ଦଣ୍ଡାଦେଶ ମଧ୍ୟ ଦେଇପାରିବେ ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟ ଏହି ଅଧିକାରକୁ ବ୍ୟବହାର କରି ଚଳିତ ବର୍ଷ ଜାରୁଆରୀ ହୋଇଥିବା ଚଣ୍ଡିଗଡ଼ ମେୟର ନିର୍ବାଚନ ଫଳାଫଳକୁ ବଦଳାଇ ଦେଇଥିଲେ । 

ଅନୁଚ୍ଛେଦ ୧୪୨ ସମ୍ବିଧାନରେ ସାମିଲ୍ କାହାଣୀ:

ଅନୁଚ୍ଛେଦ ୧୪୨ ଏର ବିଶେଷ ନିୟମ । ଏହା ସୁପ୍ରିମକୋର୍ଟଙ୍କୁ କୌଣସି ମାମଲାରେ ସମ୍ପୂର୍ଣ୍ଣ ନ୍ୟାୟ ପାଇଁ ଜରୁରୀ ଆଦେଶ ଦେବାକୁ ଅଧିକାର ପ୍ରଦାନ କରିଥାଏ । ଭାରତୀୟ ସମ୍ବିଧାନର ଡ୍ରାଫ୍ଟ ପ୍ରସ୍ତୁତ ବେଳେ ଅନୁଚ୍ଛେଦ ୧୧୮କୁ କୌଣସି ଆଲୋଚନା ବିନା ଗ୍ରହଣ କରାଯାଇଥିଲା । ଅର୍ଥାତ୍ କୋର୍ଟଙ୍କୁ ଏହା ସ୍ଥିର କରିବାକୁ ପଡ଼ିବ ଏହି ଅନୁଚ୍ଛେଦକୁ କେବେ ବ୍ୟବହାର କରାଯିବ ।

ସାଈ ସମ୍ପାଦନା IIM ଅହମ୍ମଦାବାଦର ଏକ ଅଧ୍ୟୟନ ରିପୋର୍ଟକୁ ସାମ୍ନାକୁ ଆଣିଛନ୍ତି । ଷ୍ଟଡି ମୁତାବକ, ସୁପ୍ରିମକୋର୍ଟ ୧୯୫୦ରୁ ୨୦୨୩  ମଧ୍ୟରେ ୧୫୭୯ ମାମଲାରେ ଅନୁଚ୍ଛେଦ ୧୪୨ ବା ‘ପୂର୍ଣ୍ଣ ନ୍ୟାୟ’ ଶବ୍ଦକୁ ବ୍ୟବହାର କରିଥିଲେ । ଏଥିରେ ଅନେକ ଦିଓ୍ବାନୀ ମାମଲା ରହିଛି । ଏହି ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି ଯେ, ସର୍ବୋଚ୍ଚ ଅଦାଲତ ୭୯୧ ମାମଲାରେ ଅନୁଚ୍ଛେଦ ୧୪୨ର ଶକ୍ତିକୁ ବ୍ୟବହାର କରିଛନ୍ତି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.