ନୂଆଦିଲ୍ଲୀ ୨୮।୧୦: ହଠାତ୍ ଆପଣଙ୍କ ପାଖକୁ ଆସୁଛି ଏକ ଜଣାଶୁଣା ନମ୍ବରରୁ କଲ୍ । ଆପଣ କଲ୍ ରିସିଭ୍ କରିବା ପରେ ଏମର୍ଜେନ୍ସି ଥିବା ନେଇ ଆପଣଙ୍କୁ କହୁଛନ୍ତି କଲ୍ରେ ଥିବା ସେହି ବ୍ୟକ୍ତି । ଆଉ ତାଙ୍କୁ ସାହାଯ୍ୟ କରିବା ପାଇଁ ସେ ଆପଣଙ୍କ ବ୍ୟାଙ୍କ ଡିଟେଲ୍ସ ମାଗୁଛନ୍ତି । ଆଉ ଡିଟେଲ୍ସ ଦେବା ପରେ ଆପଣଙ୍କ ଆକାଉଣ୍ଟ ହୋଇଯାଉଛି ଖାଲି ।
ଆପଣ ଚିନ୍ତା କରୁଥିବେ ଏହି ଟଙ୍କାକୁ ଆପଣଙ୍କ ପରିଚିତ ବ୍ୟକ୍ତି ନେଇଯାଇଛନ୍ତି । କିନ୍ତୁ ଏ କଥା ଆପଣଙ୍କ ପରିଚିତ ବ୍ୟକ୍ତିଙ୍କୁ ଜଣାନଥିବ । ବାସ୍ତବରେ ଏହି ଟଙ୍କା ଆପଣଙ୍କ ପରିଚିତ ବ୍ୟକ୍ତି ନୁହଁନ୍ତି ସାଇବର ଠକ ନେଇ ଯାଇଥାନ୍ତି । ବର୍ତ୍ତମାନ ଏହା ହେଉଛି ସାଇବର ଫ୍ରଡ୍ଙ୍କ ନୂଆ ତରିକା । ଏହି ଫ୍ରଡ୍କୁ କୁହାଯାଏ କଲ୍ ସୁଫିଙ୍ଗ୍ ସ୍କାମ୍ । ଏହାକୁ ବ୍ୟବହାର କରି ସାଇବର ଠକମାନେ ନିରୀହ ଲୋକଙ୍କୁ କରୁଛନ୍ତି ଟାର୍ଗେଟ୍ ।
ତେବେ କଣ ଏହି କଲ୍ ସୁଫିଙ୍ଗ୍ ସ୍କାମ୍ ? ବାସ୍ତବରେ ଏଥିରେ ଜଣେ ବ୍ୟକ୍ତିଙ୍କ ପାଖକୁ ଏକ କଲ୍ ଆସିଥାଏ । କିନ୍ତୁ କଲ୍ ରିସିଭର୍ଙ୍କୁ ଅନୁଭବ ହୁଏ କି କୌଣସି ପରିଚିତ କିମ୍ବା ପରିବାର ସଦସ୍ୟଙ୍କ ମୋବାଇଲ୍ ନମ୍ବରରୁ କଲ୍ ଆସିଛି । କଲର୍ ତାଙ୍କର ପ୍ରକୃତ ଫୋନ୍ ନମ୍ବର ଲୁଚାଇ ରଖିଥାଏ, ଯାହାପରେ ଏକ ନକଲି ନମ୍ବର ଦେଖାଯାଏ ।
କଲର ଆଇଡି ସୁଫିଙ୍ଗ୍ର ଉଦାହରଣ ନେଲେ ବ୍ୟାଙ୍କ କିମ୍ବା ସରକାରୀ ଏଜେନ୍ସିର ନାଁରେ କଲ୍ କରି ଲୋକଙ୍କୁ ଧୋକା ଦିଅନ୍ତି ଫ୍ରଡ୍ । ଏହି ସୁଫିଙ୍ଗ୍ କଲ୍ ସାହାଯ୍ୟରେ ସାଇବର କ୍ରିମିନାଲ ସହଜରେ କୌଣସି ବି ବ୍ୟକ୍ତିଙ୍କ ବ୍ୟାଙ୍କ ଡିଟିଏଲ୍ସ ଏବଂ ଅନ୍ୟ ସମ୍ବେଦନଶୀଳ ବିବରଣୀ ମାଗିପାରନ୍ତି । କଲ୍ ସୁଫିଙ୍ଗ ସାହାଯ୍ୟରେ ସାଇବର ଠକ କୌଣସି ପରିଚିତ କିମ୍ବା ବନ୍ଧୁଙ୍କ ନମ୍ବର ସହିତ ମିଶୁଥିବା ଏକ ନମ୍ବରରୁ କଲ୍ କରିଥାଏ । ଆଉ ଜରୁରୀକାଳୀନ ପରିସ୍ଥିତି ଥିବା କହି ଟଙ୍କା ଠକି ନେଇପାରେ ।
ଏଥିପାଇଁ ଆପଣ କୌଣସି କଲ୍ କିମ୍ବା ମିଶୁଥିବା ନମ୍ବରକୁ ଅନ୍ଧ ଭାବରେ ବିଶ୍ବାସ କରନ୍ତୁନି । ଖାସ୍ କରି ସେତେବେଳେ ଯେତେବେଳେ କେହି ଆପଣଙ୍କୁ ବ୍ୟାଙ୍କ ସହିତ ଜଡିତ ଡିଟେଲ୍ସ ମାଗିଥାନ୍ତି । ଯଦି କେହି ଆପଣଙ୍କ ବ୍ୟାଙ୍କ କିମ୍ବା କୌଣସି କମ୍ପାନୀର ନାଁ ନେଇ ଆପଣଙ୍କ ବ୍ୟାଙ୍କ ଡିଟେଲ୍ସ,, OTP କିମ୍ବା କୌଣସି ଲିଙ୍କରେ କ୍ଲିକ୍ କରିବାକୁ ପଚାରନ୍ତି । ତେବେ ପ୍ରଥମେ ତାଙ୍କୁ ଅନ୍ୟ କୌଣସି ଫୋନରୁ କଲ କରି ନିଶ୍ଚିତ କରନ୍ତୁ । କଲ୍ ସୁଫିଙ୍ଗ୍ କିମ୍ବା ଅନ୍ୟ କୌଣସି ସାଇବର ଠକେଇରୁ ନିଜକୁ ରକ୍ଷା କରିବା ପାଇଁ ଆପଣ ଓ୍ବାନ୍ ଟାଇମ୍ ପାସୱାର୍ଡ ବା OTP କାହାକୁ ବି ସେୟାର କରନ୍ତୁ ନାହିଁ । ଏପରି ହେଲେ ଆପଣ ଠକାମୀର ଶିକାର ହେବାଠୁ ଦୂରେଇ ରହିପାରିବେ ।