ନୂଆଦିଲ୍ଲୀ ୧୩।୦୨: ରଜତ ପାଟିଦାରଙ୍କୁ ମିଳିଲା ବଡ ଦାୟିତ୍ବ । IPL ୨୦୨୫ରେ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ । ଏନେଇ ଘୋଷଣା କରିଛି ଟିମ୍ । ପାଟିଦାର ୨୦୨୧ରୁ RCBର ଅଂଶ ରହିଛନ୍ତି । ସେ RCB ଜରିଆରେ ହିଁ IPL କରିଥିଲେ ଡେବ୍ୟୁ । କିନ୍ତୁ ୨୦୨୧ରେ RCB ପାଇଁ ଖେଳିଥିବା ପାଟିଦାରଙ୍କୁ ପରବର୍ତ୍ତୀ ସିଜିନ୍ ଅର୍ଥାତ୍ ୨୦୨୨ରେ ଅନସୋଲ୍ଡ ରହିଥିଲେ । ଯାହା ପରେ ସେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।
ସେମାନଙ୍କ ବିବାହ ତାରିଖ ମଧ୍ୟ ସ୍ଥିର ହୋଇଥିଲା । ଏମିତିକି ହୋଟେଲ ମଧ୍ୟ ବୁକ୍ ସରିଥିଲା । କିନ୍ତୁ ବିବାହ ପୂର୍ବରୁ ତାଙ୍କୁ RCB ପକ୍ଷରୁ ଏକ ଫୋନ୍ ଆସିଥିଲା। ଆହତ ଖେଳାଳି ଲାଭନିଥ ସିସୋଡିଆଙ୍କ ସ୍ଥାନରେ ଆରସିବି ପାଟିଦାରଙ୍କୁ ୨୦ ଲକ୍ଷ ବେସ୍ ପ୍ରାଇସ୍ରେ ଟିମ୍ରେ ସାମିଲ କରିଥିଲା । ଆରସିବିର ଏହି ଡାକରା ପରେ ପାଟିଦାର ବିବାହ ବାତିଲ କରିଦେଲେ।
ପାଟିଦାରଙ୍କ ବାପା ମନୋହର ପାଟିଦାର ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ବିବାହ ପାଇଁ ରତଲାମର ଏକ ଝିଅ ସହ ଠିକ୍ କରାଯାଇଥିଲା । ସେମାନେ ୨୦୨୨ ମେ ୯ ତାରିଖରେ ବିବାହ କରିବାକୁ ଯୋଜନା କରୁଥିଲେ । ହୋଟେଲ ମଧ୍ୟ ବୁକ୍ ହୋଇ ସାରିଥିଲା । କିନ୍ତୁ ଆରିସିବି ପାଇଁ ଖେଳିବା କାରଣରୁ ପାଟିଦାର ବିବାହ ବାତିଲ କରିଥିଲେ ।