ଅଗଷ୍ଟରେ କମିଲା ପାଇକାରୀ ମୁଦ୍ରାସ୍ଫୀତି: ୪ ମାସରେ ସର୍ବନିମ୍ନ ସ୍ତରରେ

Published By : Prameya-News7 Bureau | September 17, 2024 IST

livemint

ନୂଆଦିଲ୍ଲୀ: ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଶସ୍ତା ହେବା ପରେ ଅଗଷ୍ଟରେ ପାଇକାରୀ ମୁଦ୍ରୀସ୍ଫୀତି(ହୋଲ୍‌ସେଲ୍ ଦର)୧.୩୧ ପ୍ରତିଶତକୁ ହ୍ରାସ ପାଇଛି। ଯାହା ଗତ ୪ ମାସରେ ସବୁଠାରୁ ତଳେ ରହିଛି। ଏହା ପୂର୍ବରୁ ଏପ୍ରିଲ ହୋଲ୍‌ସେଲ ମୁଦ୍ରାସ୍ଫୀତି ୧.୨୬ ପ୍ରତିଶତ ରହିଥିଲା। ସେହିପରି ଜୁଲାଇରେ ୨.୦୪ ପ୍ରତିଶତ ଥିଲା। 

ହୋଲ୍‌ସେଲ୍ ମୁଦ୍ରାସ୍ଫୀତି କମିବାରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ୩.୦୮ ପ୍ରତିଶତରୁ କମି ୨.୪୨ ପ୍ରତିଶତ ହୋଇଛି। ଖାଦ୍ୟପେୟର ଦାମ ୩.୫୫ ପ୍ରତିଶତ କମି ୩.୨ ପ୍ରତିଶତ ହୋଇଛି। ସେହିପରି ଇନ୍ଧନ ଶକ୍ତିର ହୋଲ୍‌ସେଲ ଦର ୧.୭୨ ପ୍ରତିଶତରୁ କମି ମାଇନସ ୦.୬୭ ପ୍ରତିଶତ ହୋଇଥିବା ବେଳେ ମ୍ୟାନେଫେକ୍ଚରିଂ ପ୍ରଡକ୍ଟର ହୋଲ୍‌ସେଲ ଦାମ ୧.୫୮ ପ୍ରତିଶତରୁ କମି ୧.୨୨ ପ୍ରତିଶତ ହୋଇଛି।

ହୋଲସେଲ ମୁଦ୍ରାସ୍ଫୀତି ଅଧିକ ଦିନ ରହିଲେ ପ୍ରଡକ୍ଟିଭ୍ ସେକ୍ଟରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ପ୍ରଡ୍ୟୁସର ଏହାର ବୋଝ ଖାଉଟିଙ୍କ ଉପରେ ଲଦି ଦିଅନ୍ତି। ଆଉ ସରକାର କେବଳ ଟ୍ୟାକ୍ସ କମ ବେଶି କରି ହୋଲ୍‌ସେଲ୍ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିନ୍ତି।

ହୋଲସେଲ୍‌ରେ, ଧାତବ ପଦାର୍ଥ, ରାସାୟନିକ, ପ୍ଲାଷ୍ଟିକ୍, ରବର ପରି କାରଖାନା ସମ୍ବନ୍ଧୀୟ ସାମଗ୍ରୀକୁ ଅଧିକ ଗୁରୁତ୍ୱ ଦିଆଯାଏ।

ଭାରତରେ ଦୁଇ ପ୍ରକାରର ମୁଦ୍ରାସ୍ଫୀତି ରହିଛି। ଗୋଟିଏ ଖୁଚୁରା, ଯଥା ଖୁଚୁରା ମୁଦ୍ରାସ୍ଫୀତି ଓ ଅନ୍ୟଟି ହୋଲସେଲ ମୁଦ୍ରାସ୍ଫୀତି। ଖୁଚୁରା ମୁଦ୍ରାସ୍ଫୀତି ହାର ସାଧାରଣ ଗ୍ରାହକମାନଙ୍କ ଦ୍ୱାରା ଦିଆଯାଇଥିବା ମୂଲ୍ୟ ଉପରେ ଆଧାରିତ ହୋଇଥାଏ। ଏହାକୁ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ମଧ୍ୟ କୁହାଯାଏ। ସେହିପରି ହୋଲସେଲ ମୂଲ୍ୟ ସୂଚକାଙ୍କ (WPI) ଅର୍ଥ ହେଉଛି ହୋଲସେଲ ବଜାରରେ ଜଣେ ବ୍ୟବସାୟୀ ଅନ୍ୟ ବ୍ୟବସାୟୀଙ୍କଠାରୁ ଚାର୍ଜ କରନ୍ତି।

ସୂଚନା ଥାଉକି ଏହା ପୂର୍ବରୁ କେନ୍ଦ୍ର ସରକାର ଖୁଚୁରା ମୁଦ୍ରାସ୍ଫୀତି ସମ୍ପର୍କରେ ଡାଟା ଜାରି କରିଥିଲେ। ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୩.୬୫ ପ୍ରତିଶତ ରହିଥିଲା। ଜୁଲାଇରେ ଏହା ୩.୫୪ ପ୍ରତିଶତ ଥିଲା। ପନିପରିବା ଦାମ ବଢିବାରୁ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ସାମାନ୍ୟ ବଢ଼ିଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.