ଓ୍ୱାଶିଂଟନ ୦୩/୦୯: ନଭେମ୍ୱରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । କିଏ ମାରିବ ବାଜି, କିଏ ହାତେଇବ ଶାସନ? ଶାସନ କ୍ଷମତାକୁ ଟେକି ଦେବେ ଆମେରିକାବାସୀ ତାହା ଅସ୍ପଷ୍ଟ । ଚର୍ଚ୍ଚା ଓ ଆଲୋଚନା ଢେର । ମୈଦାନରେ କଡ୍ଡା ଟକ୍କର । ଏହାରି ଭିତରେ ଶକ୍ତିଶାଳୀ ରାଷ୍ଟ୍ରକୁ ଘାରିଲାଣି ସଂକଟ । ଦେଶରେ ବାଜିଲାଣି ଆର୍ଥିକ ସଂକଟର ସ୍ଲୋ ସାଇରନ । ୟୁଏସଏରେ ମାନ୍ଦାବସ୍ଥା ଆସିବା ନେଇ ପଡିଲାଣି ଭାଳେଣି ।
କାରଣ ମାର୍କେଟରେ ବଢ଼ିଲାଣି ଲିପଷ୍ଟିକ୍ ବ୍ୟବସାୟ । ନିବେଶକ ବି ଜାଣି ଆଗୁଆ ସତର୍କ । ଆଉ ମହିଳା ବି କସମେଟିକ୍ସରେ ଆରମ୍ଭ କରିଦେଲେଣି ନିବେଶ । ମାନ୍ଦା ଆସିବା ପୂର୍ବରୁ ସୁରକ୍ଷିତ କରି ନେଲେଣି ପୁଞ୍ଜି । ତେବେ ଲିପଷ୍ଟିକ୍ ଓ ଆମେରିକୀୟ ବଜାର ମଧ୍ୟରେ ସମ୍ପର୍କ କଣ ? କାହିଁକି ଏବେ ଆମେରିକା ବଜାରରେ ଲିପଷ୍ଟିକ ଚର୍ଚ୍ଚା ?
ଓ୍ୱାର୍କସାୟର ହାଥୱେ ର ମାଲିକ ୱାରେନ୍ ବଫେଟ୍ । ଯିଏକି ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଜଣାଶୁଣା । ପୁଞ୍ଜି ବିନିଯୋଗ କ୍ଷେତ୍ରରେ ତାଙ୍କର ରହିଛି ଦବ୍ଦବା । ଯଦି ସେ କୌଣସି କମ୍ପାନୀରେ ଟଙ୍କା ବିନିଯୋଗ କରନ୍ତି ସେଥିରୁ ଟଙ୍କା ବାହାର କରିବାର ଟେକ୍ନିକ୍ ବେଶ ଭଲଭାବେ ଜଣା ।
ଯେଉଁଥିରୁ ଜଣାପଡିଯାଏ ମାର୍କେଟର ସ୍ଥିତି କଣ । ଏପରି ସ୍ଥିତିରେ ୱାରେନ୍ ପ୍ରସାଧନ ସାମଗ୍ରୀ କମ୍ପାନୀରେ ବିନିଯୋଗ କରିଛନ୍ତି । କୁହାଯାଏ କି, ମାନ୍ଦାବସ୍ଥାରେ ସମୟରେ ଲିପଷ୍ଟିକ୍ ବିକ୍ରି ବୃଦ୍ଧି ପାଇଥାଏ । ଆଉ ସ୍ଥିତିର ଭରପୁର ସୁଯୋଗ ଉଠାଇଛନ୍ତି ୱାରେନ୍ । କସମେଟିକ୍ସ ଭଳି ବ୍ରାଣ୍ଡରେ ଦୁଇ ପଇସା ଲାଭରେ ବିନିଯୋଗ କରିଛନ୍ତି ସେ ।
ବହୁ ବର୍ଷ ତଳେ ଲିପଷ୍ଟିକ୍ ଇଣ୍ଡେକ୍ସ ଆରମ୍ଭ କରିଥିଲେ ଏସଟି ଲାଉଡରର ଚେୟାରମ୍ୟାନ୍ ଲିଓନାର୍ଡ ଲାଉଡର । ଲିଓନାର୍ଡ ଲାଉଡର୍ ଜଣେ ବଡ ଆମେରିକୀୟ ପୁଞ୍ଜିପତି। ୨୦୦୦ର ମାନ୍ଦାବସ୍ଥା ବେଳେ ଦ୍ରୁତ ଗତିରେ ବଢିଥିଲା ଲିପଷ୍ଟିକ୍ ବିକ୍ରି । ୧୯୨୯ ରୁ ୩୩ ମଧ୍ୟରେ ଆମେରିକାରେ ଦେଖାଦେଇଥିବା ବୃହତ୍ତର ମାନ୍ଦାବସ୍ଥାରେ ବଢିଥିଲା କସ୍ମେଟିକ୍ ସାମଗ୍ରୀର ଉତ୍ପାଦନ । ପରେ ୨୦୦୮ରେ ବି ଦେଖାଦେଇଥିଲା ସମାନ ଅବସ୍ଥା ।
ଏହା ପଛର ବି ରହିଛି ରହସ୍ୟ । କାରଣ ଆର୍ଥିକ ଅବସ୍ଥା ଭଲ ଥିଲେ ମହିଳା କିଣିଥାନ୍ତି ଅଧିକ ସଂଖ୍ୟାରେ । ଆଉ ଯେତେବେଳେ ଖରାପ ସମୟରେ ମହିଳା ଅଧିକରୁ ଅଧିକ ସଂଖ୍ୟାରେ କିଣିଥାନ୍ତି ଲିପ୍ଷ୍ଟିକ୍ । ଏହାର ଜ୍ୱଳନ୍ତ ଉଦାହରଣ ୨୦୧୧ ଆତଙ୍କବାଦୀ ଆକ୍ରମଣ । ଗଭୀର ଆର୍ଥିକ ସଂକଟ ଭିତରେ ଲିପଷ୍ଟିକ ବିକ୍ରି ଦୁଇଗୁଣା ବଢିଥିଲା । ଯାହାକି ଦେଶକୁ ଅନେକ ମାତ୍ରାରେ ହୋଇଥିଲା ସହାୟକ । ଏବେ ସେଠାରେ ଲିପଷ୍ଟିକ ବିକ୍ରି ଦେଶ ପାଇଁ ମାଡିଆସୁଥିବା ଆର୍ଥିକ ସଂକଟକୁ ଦର୍ଶାଇଛି ।