ସ୍ୱାମୀର ମାରଣାସ୍ତ୍ର ଆକ୍ରମଣରେ ସ୍ତ୍ରୀ ମୃତ, ଅଭିଯୁକ୍ତ ଫେରାର

Published By : Prameya-News7 Bureau | July 27, 2025 IST

ବାସୁଦେବପୁର ୨୭।୭: ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହାଣିଲା ସ୍ବାମୀ । ଭଦ୍ରକ ଜିଲ୍ଲା ବାସୁଦେବପୁର କସିଆ ସାମୁଦ୍ରିକ ଥାନା ପାରାପୋଖରୀ ଗ୍ରାମରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣଙ୍କ ହେଲେ ଗୁରୁବାରୀ ଜେନା । ତାଙ୍କ ବୟସ ୪୦ ବର୍ଷ ବୋଲି ଜଣାପଡିଛି । ସ୍ୱାମୀ ଗୋପୀନାଥ ଫେରାର ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ମୁତୟନ ଅଛନ୍ତି । 

ସୂଚନାଯୋଗ୍ୟ ଯେ, କସିଆ ସାମୁଦ୍ରିକ ଥାନା ପାରାପୋଖରୀ ଗ୍ରାମରେ ଶନିବାର ମଧ୍ୟରାତ୍ରିରେ ସ୍ୱାମୀର ମାରଣାସ୍ତ୍ର ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଗୋପୀନାଥ ଜେନାଙ୍କ ସ୍ତ୍ରୀ ଗୁରୁବାରୀ ଜେନା ବୋଲି ଜଣାପଡିଛି । ପୂର୍ବରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ଆସୁଥିଲା । ହେଲେ ଶନିବାର ମଧ୍ୟରାତ୍ର ସମୟରେ କୌଣସି କାରଣ ପାଇଁ ସ୍ତ୍ରୀକୁ କୌଣସି ଧାରୁଆ ଅସ୍ତ୍ରରେ ମୁଣ୍ଡ ଓ ମୁହଁରେ ଆଘାତ କରି ଫେରାର ହୋଇଯାଇଥିଲା । ସକାଳେ ପୁଅ ବଳରାମ ଦେଖି ପରିବାରର ଅନ୍ୟ ସଦସ୍ୟଙ୍କୁ ଖବର କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିବା ଦେଖିବାକୁ ମିଳିଛି ।

You Can Read:

ଗ୍ୟାସ୍ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ କରିଥିଲା ଯୁବକ ଅଟକ, ଅଭିଯୁକ୍ତର ବାପା କହିଲେ- ସେ ଜଣେ ମାନସିକ ରୋଗୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.