ନୂଆଦିଲ୍ଲୀ ୨୩।୦୩; ବଲିଉଡର ସବୁଠାରୁ ଚର୍ଚ୍ଚିତ କପଲ୍ ରଣବୀର କପୁର ଏବଂ ଆଲିଆ ଭଟ୍ଟ। ତାଙ୍କ ଝିଅ ରାହା କପୁର ସୋସିଆଲ ମିଡିଆରେ ସେନସେସନ ପାଲଟିଛନ୍ତି। ଏହି କପଲ ଏବେ ତାଙ୍କ ଝିଅ ସହ ସମୟ ବିତାଉଛନ୍ତି। ନଭେମ୍ବର ୨୦୨୨ ରାହା ଜନ୍ମ ପରଠାରୁ ଉଭୟ ଫିଲ୍ମ ଦୁନିଆରେ ଏତେଟା ସକ୍ରିୟ ରହୁନାହାନ୍ତି। ଏସବୁ ଭିତରେ ରଣବୀର ଏବେ ଦ୍ୱିତୀୟ ସନ୍ତାନକୁ ମୁହଁ ଖୋଲିଛନ୍ତି।
ରଣବୀରଙ୍କୁ ପ୍ରାୟତଃ ତାଙ୍କ ଝିଅ ସହିତ ସମୟ ବିତାଉଥିବାର ନଜର ଆସନ୍ତି। ସେ ତାଙ୍କ ଝିଅର ନାମରେ ଏକ ଟାଟୁ ମଧ୍ୟ କରିଛନ୍ତି। ଏହା ବ୍ୟତୀତ ସେ ତାଙ୍କ ଝିଅ ସହିତ ଖେଳୁଥିବାର ଏବଂ ତାକୁ ଗୀତ ଶୁଣାଉଥିବାର ଅନେକ ସମୟରେ ନଜର ଆସନ୍ତି। ଏବେ ଚର୍ଚ୍ଚା ହେଉଛି କି ରଣବୀର ଆଉ ଏକ ବେବି ପ୍ଲାନିଂ କରୁଥିବା ନେଇ ହିଣ୍ଟ ଦେଇଛନ୍ତି।
ଏକ ସାକ୍ଷାତକାରରେ, ସେ ନିଜ ବିଷୟରେ ସର୍ବାଧିକ ଗୁଗଲ ଖୋଜାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ। ସେଥିମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା ଯେ, ସେ ଖୁବ୍ଶୀଘ୍ର ଆଉ ଏକ ନୂଆ ଟାଟୁ କରିବେ କି? ଏହାର ଜବାବରେ ରଣବୀର କହିଥିଲେ, ଆଶା କରୁଛି ଶୀଘ୍ର କରିବି। ରଣବୀର ପୂର୍ବରୁ ରାହାଙ୍କ ନାମରେ ଏକ ଟାଟୁ କରିସାରିଛନ୍ତି। ଏହି ଟାଟୁ ବିଷୟରେ ବହୁତ ଆଲୋଚନା ହୋଇଥିଲା। ରାହାଙ୍କ ପରେ ରଣବୀର ଏବଂ ଆଲିଆ ଉଭୟ ଦ୍ୱିତୀୟ ସନ୍ତାନ ବିଷୟରେ ଚିନ୍ତା କରୁଛନ୍ତି। ନିକଟରେ ଆଲିଆ କହିଥିଲେ, ଯଦି ତାଙ୍କର ଦ୍ୱିତୀୟ ସନ୍ତାନ ପୁଅ ହୁଏ, ତେବେ ତା’ ନାମ ଆଗରୁ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା ।