ଭଦ୍ରକ ୨୪।୬: ରାତି ଅଧରେ କବାଟ ନ ଖୋଲିବାରୁ ସକାଳୁ ମହିଳାକୁ ଆକ୍ରମଣ । ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ ମାରିବା ସହ ଚୁଟି କାଟିଦେଲେ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି । ପଡୋଶୀ ଘରର ଯୁବକ ଓ ତାଙ୍କ ପରିବାର ଲୋକେ ସଂପୃକ୍ତ ଥିବା ଅଭିଯୋଗ । ଭାଇରାଲ୍ ହେଉଛି ଭିଡିଓ ।
ଅଭିଯୋଗ ଅନୁଯାୟୀ, ମହିଳା ଜଣଙ୍କ ନିଜ ଘରେ ପିଲାଙ୍କ ସହିତ ଶୋଇଥିବା ବେଳେ ପଡୋଶୀ ଘରର ଯୁବକ ତାଙ୍କ ଘର ଝରକା ପାଖ କବାଟକୁ ଧକା ମାରିଥିଲେ । ଏହି ସମୟରେ ମହିଳାଙ୍କ ପୁତୁରା ଉଠି ଆସି ଯୁବକ ଜଣଙ୍କୁ ଧରି ଏତେ ରାତିରେ ଏଠି କ’ଣ କରୁଛୁ, କାହିଁକି ଆସିଛୁ ବୋଲି ପଚାରିଥିଲେ । ଯୁବକ ଜଣକ କିଛି କହି ନଥିଲେ । ପରେ ଯୁବକ ଜଣଙ୍କ ବାପା-ମା’ଙ୍କୁ ଡାକ ଛାଡ଼ିଥିଲା । ଏ ନେଇ ସକାଳୁ ଅଭିଯୋଗକାରୀ ମହିଳା ଓ ତାଙ୍କ ପୁତୁରା ଥାନରେ ଅଭିଯୋଗ କରିବା ପାଇଁ ବାହାରିବା ବେଳେ ସଂପୃକ୍ତ ଯୁବକ ଓ ତାଙ୍କ ପରିବାର ମିଶି ଉଭୟଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ । ସମସ୍ତଙ୍କ ସାମ୍ନାରେ ମହିଳାଙ୍କ ଚୁଟି କାଟି ଲଣ୍ଡା କରିବାକୁ ଉଦ୍ୟମ କରିଥିଲେ । ଏପରି କି ମହିଳା ଜଣଙ୍କୁ ଉଲଗ୍ନ କରି ମାଡ ମାରିଥିଲେ ବୋଲି ଅଭିଯୋଗ ହୋଇଛି । ମାଡ ବେଳର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କୌଶଳ କ୍ରମେ ମହିଳା ଜଣଙ୍କ ତାଙ୍କ ନିକଟରୁ ଖସିଆସି ଧାମନଗର ଥାନାରେ ପହଞ୍ଚି ଅଭିଯୋଗ କରିବା ସହ ମେଡ଼ିକାଲରେ ଚିକିତ୍ସା କରାଇଛନ୍ତି । ମହିଳାଙ୍କ ଦେହ ସାରା ମାଡ଼ ଚିହ୍ନ ବସିବା ସହ ରକ୍ତ ଚିହ୍ନ ରହିଛି । ତେବେ ଅଭିଯୋଗ ପରେ ଏଭଳି ଅମାନୁଷିକ ଘଟଣାରେ ଧାମନଗର ପୋଲିସ ତଦନ୍ତ ଆରମ୍ଭ କରିଛି ।
You Can Read:
ରାସନ କାର୍ଡର ଯୋଡ଼ିହେବେ, କରିବେ e-KYC ; ବ୍ଲକ୍ ଆଗରେ ହିତାଧିକାରୀଙ୍କ ଲମ୍ବା ଲାଇନ୍