ମାହାଙ୍ଗା ଥାନା ଆଗରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ପୋଲିସର ଦୁର୍ବ୍ୟବହାର ପ୍ରତିବାଦ

Published By : Prameya-News7 Bureau | August 16, 2024 IST

ମାହାଙ୍ଗା : ମାହାଙ୍ଗା ଥାନା ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ମାହାଙ୍ଗା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପୋଲିସର କାର୍ଯ୍ୟରେ ଅବହେଳା ପାଇଁ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । 

ସଂପୃକ୍ତ ମହିଳାଙ୍କ ଘର ମାହାଙ୍ଗା ବ୍ଲକ ଆନନ୍ଦପୁର ଅଞ୍ଚଳରେ ବୋଲି ଜଣାପଡିଛି । ମହିଳାଙ୍କ ସ୍ବାମୀକୁ ମିଛ କେସ୍‌ରେ ଗିରଫ କରିଥିଲା ପୋଲିସ । ଫଳରେ ମହିଳା ଜଣକ ଥାନାକୁ ଆସି ସ୍ୱାମୀଙ୍କୁ କ’ଣ ପାଇଁ ଥାନାରେ ଅଟକ ରଖିଛ ପଚାରିବାରୁ ପୋଲିସର ଦୁର୍ବ୍ୟବହାର ପ୍ରତିବାଦରେ ମହିଳା ଜଣକ ଦେହରେ ପେଟ୍ରୋଲ ଢାଳି ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ମହିଳାଙ୍କ ଦେହର ପ୍ରାୟ ୭୦ ପ୍ରତିଶତ ପୋଡି ଯାଇଥିବା ସୂଚନା ରହିଛି । ସଙ୍କଟାପନ୍ନ ଅବସ୍ଥାରେ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

You Can Read:

ଭୁବନେଶ୍ବରରୁ ସିମ୍ ବକ୍ସ ଠାବ, ଧରାପଡିଲେ କୋଲକତା ଯୁବକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.