ଭୁବନେଶ୍ବରରୁ ସିମ୍ ବକ୍ସ ଠାବ, ଧରାପଡିଲେ କୋଲକତା ଯୁବକ

Published By : Prameya-News7 Bureau | August 16, 2024 IST

ଭୁବନେଶ୍ବର: ଆଳୁ ଖୋଳୁଖୋଳୁ ମହାଦେବ ବାହାରିଲେ। ମହାଦେବ ନଗରରୁ ମିଳିଲା ସାଂଘାତିକ ନେଟୱର୍କ।  ସାଇବର କ୍ରିମିନାଲଙ୍କ କ୍ରାଇମ ସେଣ୍ଟର ଠାବ। ଜବତ ହୋଇଛି ୪ ସିମବକ୍ସ, ୨ ଟପ ବକ୍ସ ଓ  ହଜାରରେରୁ ଅଧିକ ସିମ୍‌କାର୍ଡ। ଗିରଫ ହୋଇଛି କାର୍ପଟଦାର।  ଭୁବନେଶ୍ବର ଲକ୍ଷ୍ମୀସାଗରରୁ ହେଉଥିଲା ଅପରେସନ। ପୋଲିସକୁ ମିଳିଥିଲା ସୂଚନା।  ଲକ୍ଷ୍ମୀସାଗର ଥାନା ମହାଦେବ ନଗରର ଏହି ଘରେ ଖାନତଲାସୀ କରିଥିଲା।  ଘରେ ଚାଲିଥିଲା ସାଇବର ନେଟୱାର୍କିଂ। ଅପରେଟ କରୁଥିଲା ଜଣେ ପଶ୍ଚିମବଙ୍ଗ ଯୁବକ। ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି। । ଆଉ ଏହାର ଚେର ବିଦେଶକୁ ଲମ୍ବିଥିବା ସନ୍ଦେହ କରୁଛି। 

ସୂଚନାଯୋଗ୍ୟ, ଏକ ଠକେଇ ମାମଲାର ତଦନ୍ତ କରୁଥିବା ସ୍ପେଶାଲ ସ୍କ୍ବାର୍ଡ ହାତରେ ଲାଗିଥିଲା ସୁରାକ। ମହାଦେବ ନଗରର ପ୍ଳଟ ନମ୍ବର  ୨୧୫୯/୭୦୧୦ରେ ୪ ମହଲା ଘର । ଘର ମାଲିକ କେନ୍ଦ୍ରପଡାର ହାଜି ସଲିମ ଖାନ । ଏହି ଘରର ଉପର ମହଲାକୁ କୋଲକାତାର ଜଣେ ଯୁବକ ଭଡାରେ ନେଇଥିଲେ। ୬ ମାସରୁ ଅଧିକ ସମୟ ଧରି ଏହି ଯୁବକ ଏଠାରେ ରହୁଥିଲେ। ଏହି ଘର ଚାଲିଥିଲା ମିନି ଟେଲିଫୋନ ଏକ୍ସଚେଞ୍ଜ। ଏଠାରେ ଥିବା ଚାରିଟି ସିମବକ୍ସ ମାଧ୍ୟମରେ ପ୍ରାୟ ଏକ ହଜାରରୁ ଅଧିକ ସିମ ଅପରେଟ କରାଯାଇଥିଲା। ବାହାର ଦେଶରୁ କଲ୍‌ ଅପରେଟ କରାଯାଉଥିଲା। ଗୋଟିଏ କଲରେ ହଜାରେରୁ ଅଧିକ ଲୋକଙ୍କ ସହିତ କଥା ହେଇପାରୁଥିଲା କିଙ୍ଗପିନ। 

ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ସିମ୍‌ ବକ୍ସ ଜରିଆରେ କେଉଁଧରଣର ସାଇବର କ୍ରାଇମ ଚାଲିଥିଲା ? କିଛି ଆତଙ୍କବାଦ କାର୍ଯ୍ୟକଳାପ ଚାଲୁଥିଲା କି ?  ଗିରଫ ଯୁବକର ଅସଲ ପରିଚୟ କଣ ? କାହିଁକି ସେ ଭୁବନେଶ୍ବରରେ ସିମ୍‌ବକ୍ସ ଅପରେଟ କରୁଥିଲା ? ଗିରଫ ଯୁବକ ସହିତ ଆଉ କିଏ କିଏ ସଂପୃକ୍ତ?  ଘର ମାଲିକଙ୍କ କହିବା କଥା ଛମାସ ହେବ ସେ ଏହି ଯୁବକକୁ ଘରଭଡା ଦେଇଥିଲେ। ଆଧାରକାର୍ଡ ବି ରଖିଥିଲେ।  ହେଲେ ସେ ଘରେ କ’ଣ କରୁଥିଲେ ସେ ବିଷୟରେ କିଛି ଜାଣିନଥିଲେ। ଘଟଣା ସ୍ଥଳରେ ସଇଣ୍ଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରିଛି। ଏଠାରୁ ଆତଙ୍କବାଦ ଲିଙ୍କ ବାହାରିଲେ ଘଟଣାର ତଦନ୍ତ କେନ୍ଦ୍ରୀୟ ସଂସ୍ଥା କରିବ ବୋଲି ସୂଚନା ମିଳିଛି । ଏହିଠାରେ ଅପରୋଟ ହେଉଥିଲାକି ଆଇଏସଆଇର ନେଟୱାର୍କ ? କୌଣସି ଆତଙ୍କବାଦୀ ସଙ୍ଗଠନ  ସହିତ ରହିଥିଲା କି ଲିଙ୍କ ? କିମ୍ବା ସାଇବର ଫ୍ରଡ ପାଇଁ ଏହିଠାରେ ମିଳୁଥିଲା ଲିଙ୍କ  ? ତାହାର ତଦନ୍ତ କରୁଛି ପୋଲିସ।

You Can Read:

ବିଜେଡି ଛାଡି ବିଜେପିରେ ମିଶିଲେ ବିଏମ୍‌ସି କର୍ପୋରେଟର, ମନମୋହନଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ଦମ୍ପତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.